ଆସିଲା ଫେବ୍ରୁଆରୀ ମାସ ପାଇଁ ଗାଇଡଲାଇନ
ଓଡ଼ିଶା ତାଜା ନ୍ୟୁଜ୍ (୩୧ ଜାନୁଆରୀ ସୋମବାର ) ଭୁବନେଶ୍ୱର :- ଆସିଲା ଫେବ୍ରୁଆରୀ ମାସ ପାଇଁ ଗାଇଡଲାଇନ । ଫେବ୍ରୁଆରୀ ପହିଲାରୁ ଫେବ୍ରୁଆରୀ ୨୮ ଯାଏଁ ଏହି ଗାଇଡଲାଇନ ଜାରି ରହିବ । ଯେହେତୁ ଫେବ୍ରୁଆରୀ ମାସରେ ସରସ୍ୱତୀ ପୂଜା ପଡୁଛି ତେଣୁ ସେଥିପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି । ରୀତିନୀତି ଅନୁଯାୟୀ ମନ୍ଦିରରେ ସରସ୍ୱତୀ ପୂଜା ପାଳନ କରାଯିବ ।ତେବେ ବିନା ଭକ୍ତରେ ମନ୍ଦିରରେ ସରସ୍ୱତୀ ପୂଜା ପାଇଁ ଅନୁମତି ମିଳିଛି । ଏହାବାଦ୍ ଶିକ୍ଷାନୁଷ୍ଠାନରେ ସରସ୍ୱତୀ ପୂଜାକୁ ଅନୁମତି ମିଳିଛି, ତେବେ ଖୁବ କମ ଛାତ୍ରଛାତ୍ରୀଙ୍କୁ ନେଇ ସରସ୍ୱତୀ ପୂଜା ହୋଇପାରିବ । ଶିକ୍ଷାନୁଷ୍ଠାନ ଛାଡିଦେଲେ ସର୍ବସାଧାରଣରେ ସରସ୍ୱତୀ ପୂଜା ପାଳନ ହୋଇପାରିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି ।
କୋଭିଡ ଗାଇଡଲାଇନ ଅନୁଯାୟୀ ଲୋକମାନେ ନିଜ ଘରେ ସରସ୍ୱତୀ ପୂଜା ପାଳନ କରିପାରିବେ । ଏହାବାଦ୍ ଫେବ୍ରୁଆରୀ ମାସରେ କୌଣସି ସାମୁହିକ ଭୋଜି ଉପରେ କଟକଣା ଲାଗିଛି । ଏହାଛଡା ସରସ୍ୱତୀ ପୂଜାରେ କୌଣସି ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ହୋଇପାରିବ ନାହିଁ । ସେହିଭଳି ମାଘ ସପ୍ତମୀରେ ନଦୀ, ପୋଖରୀ, ସମୁଦ୍ରରେ ବୁଡ ପକାଇବା ଉପରେ ରୋକ ଲାଗିଛି । ମନ୍ଦିରରେ ବିନା ଭକ୍ତରେ ରୀତିନୀତି ଅନୁଯାୟୀ ମାଘସପ୍ତମୀ ପାଳନ ହେବ ବୋଲି କୁହାଯାଇଛି ।