ବାଲିଗୁଡା (ଓଡିଶା ତାଜାନ୍ୟୁଜ ) ନି. ପ୍ର :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ଚାରିଛକ ନିକଟରେ ବାଇକ୍ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ୨୯ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଜନାବାଡ଼ି ଗ୍ରାମର ଧର୍ମେନ୍ଦ୍ର ପ୍ରଧାନଙ୍କ ପୁଅ ରୋହିତ ପ୍ରଧାନ (୨୯)। ସୂଚନା ଅନୁଯାୟୀ, ରୋହିତ ନିଜ ବାଇକ୍ରେ ପଲେ ଗ୍ରାମକୁ ଭଲିବଲ ଟୁର୍ଣ୍ଣାମେଣ୍ଟ ଦେଖିବାକୁ ଯାଇଥିଲେ। ଟୁର୍ଣ୍ଣାମେଣ୍ଟ ସରିବା ପରେ ଅପରାହ୍ନରେ ଘରକୁ ଫେରୁଥିବାବେଳେ ଚାରିଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ସ୍କୁଟି ସହ ତାଙ୍କ ବାଇକ୍ର ମୁହାଁମୁହିଁ ଧକ୍କା ହୋଇଥିଲା ।















