No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ ( ୩୦ ଜାନୁଆରୀ ରବିବାର) ଭୁବନେଶ୍ୱର :- ଆଜି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାସୁଆଘାଇ ଗ୍ରାମ ପଞ୍ଚାୟତ ର ବିଜେପି ସରପଞ୍ଚ ଙ୍କ ସମେତ ଶତାଧିକ ବିଜେପି କର୍ମୀ ବିଜୁ ଜନତା ଦଳ ତଥା ସାଢେ଼ ଚାରି କୋଟି ଜନମାନସ ନେତା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ବିଜେଡ଼ି ରେ ସାମିଲ ହୋଇଛନ୍ତି ।

ସରପଞ୍ଚ ବିନୋଦିନୀ ଜେନା, ପୂର୍ବତନ ସରପଂଚ କୈଳାସ ଜେନା,ମୋହନ ପଣ୍ଡା, ସୂର୍ଯ୍ୟ ରଞ୍ଜନ ଜେନାଙ୍କ ସମେତ ଶତାଧିକ ବିଜେପି କର୍ମୀ ପ୍ରମୁଖ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଖୋର୍ଦ୍ଧା ଜିଲ୍ଲା ବିଜେଡ଼ି ପର୍ଯ୍ୟବେକ୍ଷକ ବିଧାୟିକା ପ୍ରମିଳା ମଲ୍ଲିକ,ଜିଲ୍ଲା ବିଜେଡ଼ି ସଭାପତି ବିଭୂତି ବଳବନ୍ତରାୟ, ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେଡ଼ି ସଭାପତି ତଥା ବିଧାୟକ ସୁଶାନ୍ତ ରାଉତ ,

ଜିଲ୍ଲା ପରିଷଦ ପାର୍ଥି ସୁବାସ ସୁନ୍ଦରାୟ ଙ୍କ ଉପସ୍ଥିତି ରେ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ପ୍ରତାପ ଜେନା,କୈଳାସ ପାତ୍ର, ମହେନ୍ଦ୍ର ଜଗଦେବ, କୁତାର୍ଥ ପ୍ରଧାନ, ଜ୍ଞାନ ରଞ୍ଜନ ଜେନା, ଅଶୋକ ଜେନା, ଗଙ୍ଗାଧର ପଣ୍ଡା,ପ୍ରଶାନ୍ତ ଜେନା,ବିଜୟ ପ୍ରଧାନ,ଦିଲ୍ଲୀପ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

No Result
View All Result