No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ ( ୩୦ ଜାନୁଆରୀ ରବିବାର) ବାଲିଗୁଡ଼ା :- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସଦର ଟାଉନରେ ଚୋର ଆତଙ୍କ । ଥାନାଠାରୁ ମାତ୍ର ୨୦୦ ମିଟର ଦୂରରେ ଦୁଇ ଦୁଇଟି ଚୋରୀ ଅଭିଯୋଗ । ଶନିବାର ରାତିରେ ଦୁଇଟି ଦୋକାନରୁ ଚୋରୀ ହୋଇଥିବା ଅଭିଯୋଗ ହୋଇଛି ।

ଦିବାକର ସାହୁ ନାମକ ଜଣେ ବ୍ୟବସାୟୀଙ୍କ କିରାଣା ଦୋକାନରୁ ୨୫ ହଜାରରୁ ଉର୍ଦ୍ଧ୍ଵ ଟଙ୍କା ସହ ବିଭିନ୍ନ ସାମଗ୍ରୀ ଚୋରୀ ହୋଇଥିବା ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ ନିକଟରେ ଥିବା ଶାନ୍ତନୁ କୁମାର ଦଣ୍ଡସେନା ନାମକ ଜଣେ ଯୁବକଙ୍କ ଜନସେବା କେନ୍ଦ୍ରରୁ କମ୍ପ୍ୟୁଟର ଟେବୁଲ୍ ସମେତ ବିଭିନ୍ନ ଆବଶ୍ୟକୀୟ କାଗଜପତ୍ର ଓ କିଛି ଟଙ୍କା ଦୁର୍ବୃତ୍ତ ଚୋରୀ କରିନେଇଥିବା ବାଲିଗୁଡ଼ା ଥାନାରେ ଅଭିଯୋଗ ହୋଇଛି ।

ଅଭିଯୋଗ ପ୍ରକାରେ ବାଲିଗୁଡ଼ା ପୋଲିସ୍ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ସେପଟେ ଦିନକୁ ଦିନ ସହରରେ ଛୋଟ ବଡ଼ ଚୋରି ବଢୁଥିବା ବେଳେ ସହରରେ ପେଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ଆବଶ୍ୟକ ବୋଲି ବ୍ୟବସାୟୀ ମହଲରୁ ପ୍ରବଳ ଦାବୀ ହେଉଛି l


No Result
View All Result