No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୪ ଜାନୁଆରୀ,ସୋମବାର ) ଭୁବନେଶ୍ୱର :- ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପରିସରରେ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି । ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତି୍ରପାଠୀ ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଶପଥପାଠ କରାଇଥିଲେ । କୋଭିଡ୍ ମାର୍ଗଦର୍ଶିକାର କଡ଼ାକଡ଼ି ଅନୁପାଳନ ସହ ଜାତୀୟ ମତଦାତା ଦିବସ ଅନୁଷ୍ଠିତ ହୋଇଥିଲା ।

ଆମ ଦେଶର ଗଣତାନ୍ତ୍ରିକ ପରମ୍ପରାର ମର୍ଯ୍ୟାଦା ବଜାୟ ରଖି ମୁକ୍ତ, ଅବାଧ ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନ ସମାହିତ ହେବା କ୍ଷେତ୍ରରେ ସ୍ୱାଧୀନ ମତାଧିକାର ପ୍ରୟୋଗର ଗୁରୁତ୍ୱ ନେଇ ସମସ୍ତ ଅଧିକାରୀ ଶପଥ ପାଠ କରିଥିଲେ ।

ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ନିରଞ୍ଜନ ସେଠୀ ଉପସ୍ଥିତ ରହି ଗଣତନ୍ତ୍ରର ସୁରକ୍ଷା ଓ ମତଦାନର ଗୁରୁତ୍ୱ ଉପରେ ଉପକ୍ରମ ବକ୍ତବ୍ୟ ରଖିଥିଲେ । ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସୁରେନ୍ଦ୍ର ନାଥ ପରିଡ଼ା ଏବଂ ଯୁଗ୍ମ ସଚିବ ଶ୍ରୀମତୀ ବିଷ୍ଣୁପି୍ରୟା ସାହୁ ଏବଂ ବିଭାଗର ସମସ୍ତ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ଶପଥପାଠ କରିଥିଲେ ।

No Result
View All Result