No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୪ ଜାନୁଆରୀ,ସୋମବାର ) ବରଗଡ଼ :- ଭେଡେନ ବ୍ଲକ ପପଂଗା ପଂଚାୟତ ରେ ଏକ ମାତ୍ର ପ୍ରାର୍ଥୀନୀ ଭାବେ ସସ୍ମିତା ହୋତା ମନୋନୟନ ପତ୍ର ଦାଖଲ ଦାଖଲ କରି ଅପ୍ରତିଦ୍ଵନ୍ଦୀ ରହିଛନ୍ତି। ପୂର୍ବତନ କଂଗ୍ରେସ ନେତା ସ୍ଵର୍ଗତ ସିତାରାମ ହୋତା ଙ୍କ ପୁତ୍ର ବଧୂ ସସ୍ମିତା ହୋତା ସରପଞ୍ଚ ପ୍ରାର୍ଥୀନୀ ହୋଇଥିଲେ, ପ୍ରାର୍ଥୀ ପତ୍ର ଦାଖଲ ଶେଷ ପର୍ଯ୍ୟନ୍ତ ଆଉ କେହି ତାଙ୍କର ବିରୁଦ୍ଧ ରେ ନାମାଙ୍କନ ପତ୍ର ଦାଖଲ କରିନଥିଲେ ।
ଫଳରେ ସେ ବିନା ପ୍ରତିଦ୍ବନ୍ଦିତାରେ ସରପଞ୍ଚ ନିର୍ବାଚିତ ହୋଇଛନ୍ତି । ଏବେ କେବଳ ଔପଚାରିକତା ଭାବେ ସରକାରୀ ଘୋଷଣା ବାକି ରହିଛି। ଜିଲ୍ଲା ରେ ଏକମାତ୍ର ଅପ୍ରତିଦ୍ଵନ୍ଦୀ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିବା ରୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଯାଉଛି। ସସ୍ମିତା ପପଂଗା ପଂଚାୟତ ର ସମସ୍ତ ଭୋଟର ଭାଇଭଉଣୀ ଓ ଗୁରୁଜନ ମାନଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି। ପପଂଗା ପଂଚାୟତ ସମସ୍ତ ପ୍ରକାର ଉନ୍ନତି ପାଇଁ କାମ କରି ଜନସାଧାରଣଙ୍କ ଆସ୍ଥା ଭାଜନ ହେବେ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି।

No Result
View All Result