No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୪ ଜାନୁଆରୀ,ସୋମବାର ) ବରଗଡ଼ :- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ର ପ୍ରାର୍ଥୀପତ୍ର ଯାଞ୍ଚ୍ ପରେ ୭୦୪୫ ଜଣ ପ୍ରାର୍ଥୀ ଙ୍କ ର ପ୍ରାର୍ଥୀ ପତ୍ର କାଏମ ରହିଛି। ଜିଲ୍ଲା ରେ ୨୫୩ ସରପଞ୍ଚ, ୧୨ ଟି ବ୍ଲକ ପାଇଁ ୨୫୩ ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ପାଇଁ ୩୪ ଆସନ ସକାଶେ ସମୁଦାୟ ୭୩୦୧ ଟି ମନୋନୟନ ପତ୍ର ଦାଖଲ ହୋଇଥିଲା। ପ୍ରାର୍ଥୀପତ୍ର ଯାଞ୍ଚ୍ ପରେ ୨୫୬ ଜଣଙ୍କ ପ୍ରାର୍ଥୀ ପତ୍ର ନାକଚ ହୋଇଥିଲା। ଫଳରେ ଏବେ ନିର୍ବାଚନ ମଇଦାନରେ ୭୦୪୫ ପ୍ରାର୍ଥୀ ରହିଛନ୍ତି। ଏଥିରେ ଓ୍ବାର୍ଡ ସଭ୍ୟ ସଭ୍ୟା ପାଇଁ ୪୮୮୪ ମଧ୍ୟରୁ ୧୮୭ ନାକଚ ହୋଇ ୪୬୯୭ କାଏମ ରହିଛି।
ସେହିପରି ସରପଞ୍ଚ ପଦବୀ ପାଇଁ ୧୩୬୩ ପ୍ରାର୍ଥୀ ଙ୍କ ମଧ୍ୟରୁ ୪୫ ନାକଚ ହେବା ପରେ ୧୩୧୮ କାଏମ ରହିଛି। ପଞ୍ଚାୟତ ସମିତି ସଭ୍ୟ ସଭ୍ୟା ପାଇଁ ୯୩୧ ଜଣଙ୍କ ମଧ୍ୟରୁ ୨୨ ନାକଚ ହୋଇଥିଲା ୯୦୯ କାଏମ ରହିଛି। ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ପାଇଁ ୧୨୩ ମନୋନୟନ ପତ୍ର ଦାଖଲ ହୋଇଥିଲା। ଏଥିରେ ୨ ଜଣଙ୍କ ନାକଚ ହୋଇଥିଲା। ଏବେ ୧୨୧ଜଣ ନିର୍ବାଚନ ରଣାଙ୍ଗନରେ ରହିଛନ୍ତି। ଆସନ୍ତା ୨୫ ତାରିଖରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ପରେ ସମ୍ପୁର୍ଣ୍ଣ ତାଲିକା ଜଣାପଡ଼ିବ।

No Result
View All Result