ବ୍ଲକଶିକ୍ଷା ଅଧିକାରୀ ଙ୍କ ଅନିୟମିତତା ; ଶିକ୍ଷକ ବଦଳି ପାଇଁ ହୋଇଥିବା ଚିଠି ର ୧୦ ଦିନ ପୂର୍ବରୁ ନିଯୁକ୍ତି ପାଇଁ ନିର୍ଦ୍ଦେଶ

ଓଡ଼ିଶା ତାଜା ନ୍ୟୁଜ୍ (୨୨ ଜାନୁଆରୀ ଶନିବାର ) ଭୁବନେଶ୍ୱର :- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବା ପ୍ରାଥମିକ, ଉଚ୍ଚ ପ୍ରାଥମିକ ତଥା ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଏଲିମେଣ୍ଟାରୀ ଶିକ୍ଷକମାନଙ୍କର ପଦୋନ୍ନତି ଗତମାସରେ ହୋଇଥିଲା । କାଉନସେଲିଂ, ପ୍ରକ୍ରିୟାରେ ପଦୋନ୍ନତି ବଦଳି ପରେ ପଦୋନ୍ନତି ନେଇ ନଥିବା ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ମଝିରେ ମଝିରେ ପାଖ ବିଦ୍ୟାଳୟକୁ (ବେନିୟମରେ) ବଦଳି କରାଯାଇଛି ।

ଛାତ୍ର ସଂଖ୍ୟା ଅନୁସାରେ ୫୦ଜଣ ଛାତ୍ରଛାତ୍ରୀ ଥାଇ ରାଜଧାନୀରେ ୫ଜଣ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ନିୟୋଜିତ କରାଯାଇଅଛି । କିଛି ପ୍ରାଥମିକ ବିଦ୍ୟାଳୟରେ ୩୫ରୁ ୪୦ ଛାତ୍ରଛାତ୍ରୀ ଥାଇ Level-IV ପ୍ରଧାନ ଶିକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଅଛି । ଅନେକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଅନୁପାତରେ ଶିକ୍ଷକ/ଶିକ୍ଷୟିତ୍ରୀ ନାହାନ୍ତି । କିନ୍ତୁ କିଛି ବିଦ୍ୟାଳୟରେ ଛାତ୍ରଛାତ୍ରୀ ନଥାଇ ନିୟମ ଉଲଂଘନ କରାଯାଇ ଅଧିକ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ରଖାଯାଇଛି ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।

ତା ୨୦.୦୧.୨୦୨୨ରିଖ ଅପରାହ୍ନରେ ଭୁବନେଶ୍ୱର ବ୍ଲକ ଶିକ୍ଷା ଅଧିକାରୀଙ୍କ ଚିଠି ନଂ୨୦୭/୧୦.୦୧.୨୦୨୨ ଅନୁସାରେ ଚିଠିର ଶେଷ ଲାଇନରେ ଲେଖାଥିବା (as per list attached are hereby relieved of their duties on 10.01.2022 (A.N) to join in their new place of posting immediately) ଶିକ୍ଷକ/ଶିକ୍ଷୟିତ୍ରୀ/ପ୍ରଧାନଶିକ୍ଷକମାନଙ୍କୁ ଚକିତ କରିଥିଲା ।

କାରଣ ଶିକ୍ଷକମାନେ Present School ରେ ୨୦.୦୧.୨୦୨୨ ଯାଏ Signature କରି ନୂଆ ବିଦ୍ୟାଳୟରେ ୧୦.୦୧.୨୦୨୨ କିପରି ହକ୍ଟସଦ୍ଭ କରିବେ ଚିନ୍ତାର ବିଷୟ ଥିଲା Crcc ମାନେ ମଧ୍ୟ ଶିକ୍ଷକମାନଙ୍କୁ Backdate (୧୦.୦୧.୨୦୨୨) ରେ join କରିବା ପାଇଁ ପ୍ରବର୍ତ୍ତାଇଥିଲେ । ବିଏମ୍‌ସିର ଶିକ୍ଷା ଅଧିକାରୀଙ୍କ ଅଫିସ୍‌ରେ ଏହା କି ପ୍ରକାର ଚିଠି କେହି ବୁଝିପାରିନଥିଲେ । ବାରମ୍ବାର list ମାଗିବାରୁ ଆଜି ୨୧.୧.୨୦୨୨ରେ  ଗୋଟିଏ List backdate Sign ହୋଇ ଆସିଥିଲା ।

ଅନେକ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ୨ ଦିନ ତଳେ S.M.C. Account Zero କରିବାକୁ ବ୍ଲକ ଶିକ୍ଷା ଅଧିକାରୀ ଚିଠି କରିଥିଲେ, ପିଲାଙ୍କର ମଧ୍ୟାହ୍ନ ଭୋଜନ ଚାଉଳ ଆସି ପହଞ୍ôଚଛି । କୋଭିଡ଼ ସମୟରେ ନୂଆ ବିଦ୍ୟାଳୟ ଶିକ୍ଷକମାନେ ଚାଉଳ ବାଣ୍ଟିବା କାଠିକର ପାଠ ହେବ । ବିଦ୍ୟାଳୟର ବିଭିନ୍ନ ଦାୟିତ୍ୱ ନ ତୁଲାଇ ଶିକ୍ଷକମାନେ କିପରି immediately ପୁଣି backdate ୧୦.୦୧.୨୦୨୨ରେ କିପରି join କରିବେ ବିଚାର କରାଯାଉ । ବ୍ଲକ ଶିକ୍ଷା ଅଧିକାରଈଙ୍କ ଏପରି backdate orderର ତଦନ୍ତ କରାଯାଉ ।