No Result
View All Result
୨୭ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ସ୍ଥାନୀୟ ଆଦର୍ଶ କ୍ଲବ ପକ୍ଷରୁ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ୧୭୬ ତମ ପୁଣ୍ୟ ଜନ୍ମତିଥି ଅବସରରେ ” ସ୍ୱାଭିମାନ ଦିବସ ” ପାଳିତ ହୋଇଯାଇଛି । ଏ ନେଇ ରବିବାର ପୂର୍ବାହ୍ନରେ କ୍ଲବ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ସଭାପତି ସୂର୍ଯ୍ୟକାନ୍ତ ମହାପାତ୍ର ପୌରୋହିତ୍ୟ କରିଥିଲେ ।ପଣ୍ଡିତ ମାୟାଧର ପାଣିଗ୍ରାହୀଙ୍କ ମଙ୍ଗଳାଚରଣ ପାଠ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ପରେ ଶ୍ରାବ୍ୟ ଉପକରଣ ମାଧ୍ୟମରେ ମଧୁବାବୁଙ୍କ ରଚିତ ‘ଉତ୍କଳ ସନ୍ତାନ ” କବିତା ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମ ସଂଯୋଜକ ପ୍ରଫେସର ରବୀନ୍ଦ୍ର ନାଥ ପାଣିଗ୍ରାହୀ “ସନ୍ତାନର ଉକ୍ତି ” କବିତା ଗାନ କରିଥିଲେ ।
ଏହି ଅବସରରେ ମଧୁବାବୁଙ୍କ ତୈଳଚିତ୍ରରେ ମାଲ୍ୟାର୍ପଣ ପରେ ସଭାପତି ସମସ୍ତଙ୍କୁ ସ୍ୱାଭିମାନ ସୁରକ୍ଷା ସମ୍ବନ୍ଧୀୟ ଶପଥ ପାଠ କରାଇଥିଲେ । ଏଥିରେ ରସାୟନ ବିଜ୍ଞାନୀ ଡ. ହରିପ୍ରସାଦ ଦାସ ମୁଖ୍ୟ ଅତିଥି , ବାଗ୍ମୀ ଡାକ୍ତର ଅମରେନ୍ଦ୍ର ନାଥ ମହାପାତ୍ର ମୁଖ୍ୟ ବକ୍ତା ଓ ପୂର୍ବତନ ପ୍ରଶାସନିକ ଅଧିକାରୀ ସୁଧାକର ସାମନ୍ତରାୟ ସମ୍ମାନିତ ଅତିଥି ରୂପେ ଯୋଗଦେଇ ମଧୁବାବୁ ଓଡ଼ିଆ ଜାତିର ଅସ୍ମିତା ଓ ସ୍ୱାଭିମାନର ପ୍ରତୀକ ଥିଲେ ବୋଲି ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ପ୍ରତିମା ପ୍ରଧାନ, କବିକେତନ ଗୌରଚରଣ ସାମନ୍ତସିଂହାର, ଶିକ୍ଷାବିତ ଶରତ କୁମାର ପଣ୍ଡା, ଦିବାକର ସାହୁ,ଗାୟକ ପ୍ରଦୀପ କିଶୋର ତ୍ରିପାଠୀ,ଜମ୍ବେଶ୍ଵର ମଙ୍ଗରାଜ,ବ୍ରଜବନ୍ଧୁ ପଣ୍ଡା ଓ ଅଶ୍ବିନୀ କୁମାର ପଟ୍ଟନାୟକ ପ୍ରମୁଖ ମଧୁବାବୁଙ୍କ ସ୍ମୃତି ଚାରଣ କରିଥିଲେ । ଶେଷରେ ସଭ୍ୟା ସୁଶ୍ରୀ ସଂଘମିତ୍ରା ରଥ ଧନ୍ୟବାଦ ଅର୍ପଣ କରିଥିଲେ ।
No Result
View All Result