୨୭ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ରବିବାର ଅପରାହ୍ଣ ରେ କୃଷ୍ଣପ୍ରସାଦ ବ୍ଲକ ଚାରିଛକ ଠାରେ ବିଜେପି ପକ୍ଷରୁ ଜନ ଆଶ୍ରିବାଦ ସମାବେଶ ଅନୁଷ୍ଠିତ ହୋଇଥିଲା | ଏହି ସଭାରେ ବ୍ଲକ ର ବିଜେଡି ଯୁବମୋର୍ଚା ସଭାପତି ରଂଜିତ କୁମାର ଙ୍କ ସହ ୩୮ପରିବାର ବିଜେପି ରେ ମିଶିଥିଲେ |

ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ର ବିଜେପି ପ୍ରାର୍ଥୀ ଉପାସନା ମହାପାତ୍ର ଓ ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଙ୍କ ଉପସ୍ଥିତି ରେ ଏହି ମିଶ୍ରଣ ହୋଇଥିଲା | ପାରିକୁଦ ଓ କୃଷ୍ଣପ୍ରସାଦ ର ପ୍ରାୟ ୭ ହଜାର ଭୋଟର ଏହି ସମାବେଶ ରେ ଯୋଗଦେଇଥିଲେ | ରାମଲେଙ୍କା ପଞ୍ଚାୟତ ର ପାଇକେରା ପୁର ଠାରୁ ଶୋଭାଯାତ୍ରା ଆରମ୍ଭ ହୋଇଥିଲା |

ସେଠାରେ ଦୁଇହଜାର ବାଇକ ସହ ଚାରିହଜାର ଜନତା ଯୋଗଦେଇଥିଲେ | ସିଆଣ୍ଡି ପଞ୍ଚାୟତ ର ନେତାଜୀ ଯୁବକ ସଂଗଠନ ର ପଚାଶ ସଭ୍ୟ ବିଜେପି ରେ ଯୋଗ ଦେଇଥିଲେ | ଲୁଲୁ ବାବୁ ଙ୍କ ସ୍ବପ୍ନ ସାକାର କରିବା ପାଇଁ ତାଙ୍କ ଝିଅ ଉପାସନା ମହାପାତ୍ର ଙ୍କୁ ବିପୁଳ ସମର୍ଥନ ଦେବାକୁ ନିଷ୍ପତ୍ତି ହୋଇଥିଲା | ବିଜେପି ଓ ପଦ୍ମଫୁଲ ନାରାବାଜି ରେ ସଭା କମ୍ପିଥିଲା |