No Result
View All Result
୨୮ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ବେଗୁନିଆ ବ୍ଲକ ସତ୍ୟଚେତାନା ଶିକ୍ଷାଶ୍ରମ ଗଡମାଣତିର ର ୧୯ ତମ ବାର୍ଷିକ ଉତ୍ସବ ଆୟୋଜିତ ହୋଇଯାଇଛି । ଏହି ଉତ୍ସବରେ ପ୍ରଫୁଲ୍ଲ କୁମାର ମଙ୍ଗରାଜ ଅଧ୍ୟକ୍ଷତା କରିଥିଲେ।ସତ୍ୟଚେତନା ଶିକ୍ଷାଶ୍ରମର ନିର୍ଦ୍ଦେଶକ ଶ୍ରୀ ସୁଦୀପ ରଞ୍ଜନ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟାନ୍ୟ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ସତ୍ୟଚେତନା ମୁଖ୍ୟ ସୁରେନ୍ଦ୍ର କୁମାର ଗଜେନ୍ଦ୍ର ,
ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ବେହେରା , ଶିକ୍ଷକ ଜୟକୃଷ୍ଣ ପାତ୍ର, ବଶିଷ୍ଠ ସାହିତ୍ୟ ଶିକ୍ଷକ ଶ୍ରୀଯୁକ୍ତ ନାରାୟଣ ମୁଦୁଲି , ଶିକ୍ଷାବିତ୍ ଶ୍ରୀଯୁକ୍ତ ଶ୍ୟାମ ସୁନ୍ଦର ସାହୁ , ସମାଜସେବୀ ଶ୍ରୀଯୁକ୍ତ ମହନ୍ତ ମଙ୍ଗରାଜ ଓ ଶିକ୍ଷାଶ୍ରମର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅଭିମନ୍ୟୁ ମହାରଣା ଯୋଗଦେଇ କୁନି କୁନି ପ୍ରତିଭା ମାନଙ୍କୁ ଉତ୍ସାହିତ କରିଥିଲେ। ବିଦ୍ୟାଳୟ ତରଫରୁ ଖାଦ୍ୟ ପାନ ର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ପ୍ରାୟ ୧୦୦୦ ରୁ ଉର୍ଦ୍ଧ ଲୋକ ଏହି ଉତ୍ସବ ରେ ସାମିଲ ହୋଇଥିଲେ। ଶେଷରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅଭିମନ୍ୟୁ ମହାରଣା ସମ୍ମାନିତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
No Result
View All Result