ପାରଳାଖେମୁଣ୍ଡି (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଜିଲ୍ଲା ପ୍ରଶାସନରେ ନବସୃଜନ ଏବଂ ଉନ୍ନତ ଶିକ୍ଷାଭ୍ୟାସ ଗୁଡ଼ିକ ପାଇଁ ଗଜପତି ଜିଲ୍ଲାର ଜିଲ୍ଲା ଶିକ୍ଷାଧିକାରୀ ଡ଼ଃ ମାୟାଧର ସାହୁ ଜାତୀୟ ସ୍ତରରେ ନୂଆଦିଲ୍ଲୀ ଠାରେ ଜାତୀୟ ଶିକ୍ଷା ଯୋଜନା ଓ ପ୍ରଶାସନ ପ୍ରତିଷ୍ଠାନ ପକ୍ଷରୁ ୨୦୨୪-୨୫ ପାଇଁ ସମ୍ମାନୀତ ହୋଇଛନ୍ତି ।ନୂଆଦିଲ୍ଲୀ ଠାରେ ବିଶ୍ୱବିଦ୍ୟାଳୟ ଭାବେ ବିବେଚିତ “ଜାତୀୟ ଶିକ୍ଷା ଯୋଜନା ଓ ପ୍ରଶାସନ ପ୍ରତିଷ୍ଠାନ” ପକ୍ଷରୁ ଅନୁଷ୍ଠିତ ଏକ ଏୱାର୍ଡ ପ୍ରଦାନ ସମାରୋହରେ ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀ ଡ.ମାୟାଧର ସାହୁଙ୍କୁ ଶିକ୍ଷା ପ୍ରଶାସନ କ୍ଷେତ୍ରରେ ତାଙ୍କର ନବସ୍ରୁଜନ ଏବଂ ଭଲ ଶିକ୍ଷା ପାରିଦର୍ଶିତାର ଅଭ୍ୟାସ ଗୁଡ଼ିକର ଭୂମିକାକୁ ସ୍ୱୀକୃତି ପ୍ରଦାନ ପୂର୍ବକ ତାଙ୍କୁ ସମ୍ମାନିତ କରାଯିବା ସହ ପ୍ରଶଂସା ପତ୍ର ପ୍ରଦାନ କରାଯାଇଛି ।















