No Result
View All Result
୨୭ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୂରୀ :-> ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚାରୋ ଗୋଟି ଟିମ୍ ଗଠନ କରlଯାଇ, ପୂରୀ ପୌରାଞ୍ଚଲ୍ ୱାର୍ଡ ନମ୍ୱର୍ -୯ ର ସ୍ୱେତଗଙ୍ଗା ଲେନ୍, ବାରାହୀ ଲେନ, ଧାନକୋଠୀ ସାହି, ଭଣ୍ଡାରି ଲେନ ରେ ଥିବା ୨୫୬ ଘର କୁ ପରିଦର୍ଶନ କରାଯିବା ସହିତ ତରଳ ଝାଡ଼ା ଓ ବାନ୍ତି ରୁ ଉପଶମ ନିମନ୍ତେ ORS ପ୍ୟାକେଟ ଏବଂ ଔଷଧ ବଣ୍ଟନ କରାଯାଇଥିଲା ।
ତତ୍ ସହିତ ଲୋକ ମାନଙ୍କୁ halozen tablet ପ୍ରଦାନ କରା ଯାଇ ଫୁଟା ପାଣି ପିଇବା ପାଇଁ ପରାମର୍ଶ ଦିଆଯାଇଛି । ମେଡ଼ିକାଲ କଲେଜର ଟିମ୍ ଗୋଟେ ଝାଡ଼ା ବାନ୍ତି ବ୍ୟାପିଥିବା ଅଞ୍ଚଳରେ ପରିଦର୍ଶନ କରି ବିଭିନ୍ନ ବିଷୟ ଉପରେ ଗୁରୁତୱାରୋପ କରିବା ସହ ରୋଗୀ ଙ୍କୁ ସଚେତନ କରାଇଥିଲ।
ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ପରିଦର୍ଶନ ରେ ଯାଇ ରୋଗୀ ମାନଙ୍କ ସୁବିଧା ଅସୁବିଧା ପଚାରି ବୁଝି ଥିଲେ ଓ ବ୍ୟାପକ ଅଞ୍ଚଳ ପରଦର୍ଶନ ସହ , ଔଷଧ ବଣ୍ଟନ, ଫୁଟା ପାଣି ପିଇବା ପାଇଁ ପରାମର୍ଶ ଦେଇଥିଲେ । ଏହାସହ ଆଜି ଠାରୁ ଏକ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ଖୋଲା ଯାଇ ରୋଗୀ ଙ୍କୁ ସେବା ପ୍ରଦାନ କରାଯାଉ ଅଛି ।
No Result
View All Result