ଇଟି ମନିର ନୂଆ ବ୍ରାଣ୍ଡ୍ ; ଇଟି ମନି ଜିନିଅସ୍ ନାମକ ସଦସ୍ୟତା ସେବାର ଶୁଭାରମ୍ଭ

ଓଡ଼ିଶା ତାଜା ନ୍ୟୁଜ୍ (୨୧ ଜାନୁଆରୀ ଶୁକ୍ରବାର ) ଭୁବନେଶ୍ୱର :- ଭାରତର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ନିବେଶ ଓ ସଂପତି ପରିଚାଳନା ପ୍ଲାଟ୍‌ଫର୍ମ ଇଟି ମନି ପକ୍ଷରୁ ଇଟି ମନି ଜିନିଅସ୍ ନାମରେ ଏହାର ଅନ୍ୟତମ ସଦସ୍ୟତା ସେବାର ଶୁଭାରମ୍ଭ କରାଯାଇଛି ଯାହା ବ୍ୟକ୍ତିଗତ ନିବେଶ ବୁଦ୍ଧିମତା ପ୍ରଦାନ କରିବ । ଅତ୍ୟନ୍ତ ବ୍ୟକ୍ତିଗତ ସୁହାଇବା ଭଳି ଅନୁଭୂତି ପ୍ରଦାନ କରିବା ଲାଗି ଇଟି ମନି ପକ୍ଷରୁ ଏହାର ଆପ୍‌, ବ୍ରାଣ୍ଡ୍‌ ପରିଚୟରେ ସମ୍ପୂର୍ଣ୍ଣ ପରିବର୍ତନ କରାଯାଇଛି ଏବଂ ଏକ ନୂଆ ଡିଜାଇନ୍‌ ବ୍ୟବସ୍ଥା ଉପସ୍ଥାପନ କରାଯାଇଛି । ଏହା ହ୍ୱିଲ୍ ଅଫ୍ ଦି ୱେଲ୍‌ଥ ନାମକ ଏକ ନୂଆ ଲୋଗୋ ଉନ୍ମୋଚନ କରିଛି ଯାହା ସ୍ଥିରତା, ସୁରକ୍ଷା, ବ୍ୟକ୍ତିଗତ ଦର୍ଶନ, ସଂପତି ଓ ସ୍ୱାଧୀନତାର ଭାବକୁ ପ୍ରଦାନ କରୁଛି, ଯାହା ଲୋକମାନଙ୍କୁ ଏହା ଜଣାଉଛି ସଂପତି ହିଁ ଜୀବନରେ ବଂଚିବା ଓ ଜୀବନର ପସନ୍ଦ ବାଛିବା ସୁଯୋଗ ପ୍ରଦାନ କରୁଛି । ଏହି ଅବସରରେ ଇଟି ମନିର ପ୍ରତିଷ୍ଠାତା ଓ ସିଇଓ ମୁକେଶ କାଲରା କହିଛନ୍ତି ଯେ, “ଭାରତରେ ବିଭିନ୍ନ ନିବେଶ ଉତ୍ପାଦରେ ନୂଆ ନିବେଶକ ମାନଙ୍କ ସଂଖ୍ୟାରେ ବ୍ୟାପକ ବୃଦ୍ଧି ଦେଖିବାକୁ ମିଳୁଛି । କେବଳ ଭୌତିକ ସଂପତିରେ ନିବେଶ କରିବା ବଦଳରେ ଭାରତୀୟମାନେ ନୂଆ ନିବେଶ ଚିନ୍ତାଧାରାକୁ ଜାଣୁଛନ୍ତି । ଭାରତୀୟ ମାନେ ଷ୍ଟ୍‌କ୍‌, ମ୍ୟୁଚ୍ରୁଆଲ୍ ଫଣ୍ଡ୍‌, ଆଇପିଓ, ଏନ୍‌ଏଫ୍‌ଓ, କ୍ରିପ୍ଟୋ ଓ ଆହୁରି ବହୁ ପ୍ରକାର ନିବେଶ ଉତ୍ପାଦରେ ନିବେଶ କରୁଛନ୍ତି ।

ମାତ୍ର ନିବେଶକ ହେବା ପରିବର୍ତେ ଭାରତୀୟମାନେ କେବଳ ଜଣେ ଗ୍ରାହକ, ସପର୍ କିମ୍ବା ନିବେଶ ଉତ୍ପାଦର ସଂଗ୍ରହକରୀ ଭାବେ ନିଜକୁ ସୀମିତ ରଖୁଛନ୍ତି । ଲୋକମାନେ ସପିଙ୍ଗ୍ ଆପ୍‌ରେ ଜିନିଷ କିଣିବା ଭଳି ନିବେଶ ଉତ୍ପାଦ କିଣୁଛନ୍ତି । ଏହା ଏଥିପାଇଁ ହେଉଛି କାରଣ ଶିଳ୍ପ ପକ୍ଷରୁ ବ୍ୟକ୍ତିଗତ ଭାବର ଅଭାବ ଯେଉଁଠାରେ କଂପାନିଗୁଡ଼ିକ କେବଳ କାରବର କିମ୍ବା ନିବେଶ ପ୍ରଭାବ ଉପରେ ଗୁରୁତ୍ୱ ଦେଇ ବ୍ୟବସାୟ ମଡେଲ୍‌କୁ ତ୍ରୁଟିପୂର୍ଣ୍ଣ ରଖିଛନ୍ତି । ବ୍ୟକ୍ତିଗତ ସୁହାଇବା ଭଳି ସୁବିଧାର ଅଭାବ ରହିଥିବାରୁ ନିଜର ନିବେଶ ବ୍ୟକ୍ତିତ୍ୱ, ବିପଦ ଗ୍ରହଣ କରିବାର ଶକ୍ତି, ଜୀବନର ଲକ୍ଷ୍ୟ ଓ ଅବଧି ଆଦି ଭିନ୍ନ ଥିଲେ ମଧ୍ୟ ଗ୍ରାହକମାନେ ସେହି ସମାନ ପ୍ରକାରର ଉତ୍ପାଦ କିଣୁଛନ୍ତି । ନିବେଶ ଉତ୍ପାଦର ସପିଙ୍ଗ୍ ଓ ସଂଗ୍ରହ ବ୍ୟବହାରକୁ ଆମେ ବଦଳାଇବାର ଆହ୍ୱାନକୁ ଗ୍ରହଣ କରି ବ୍ୟକ୍ତିଗତ ସୁହାଇବା ଭଳି ପୋର୍ଟଫୋଲିଓ ଗଠନ କରିଛୁ ଯେଉଁଥିରେ ଇଟି ମନିର ନିବେଶ ବୁଦ୍ଧିମତାର ଶକ୍ତି ରହିଛି । ଏହା ହେଉଛି କେବଳ ସଦସ୍ୟମାନଙ୍କୁ ମିଳିବାକୁ ଥିବା ଏକ ସେବା ଏବଂ ଏହା ଆମର ନୂଆ ସେବା ଇଟି ମନି ଜିନିଅସ୍ ଅଧୀନରେ ଉପସ୍ଥାପନ କରାଯିବ ।’’ ଇଟି ମନି ଜିନିଅସ୍ ସେବା ନିବେଶକମାନଙ୍କୁ ସୂଚନା ଆଧାରରେ ନିଷ୍ପତି ଗ୍ରହଣ କରିବାରେ ସହାୟକ ହେବ । ମ୍ୟୁଚୁଆଲ୍ ଫଣ୍ଡ୍ ନିବେଶକୁ ସରଳ କରିବା ଲାଗି ଏହି ସଂସ୍ଥା ସର୍ବଦା ପରିଚିତ । ଇଟି ମନି ଜିନିଅସନ୍ ସେବା ୨୦୨୨ ଜାନୁଆରି ୨୭ରୁ ଉପଲବ୍ଧ ହେବ ଏବଂ ସାର୍ବଜନୀନ ଭାବେ ଏହା ଫେବ୍ରୁଆରି ମଧ୍ୟଭାଗ ସୁଦ୍ଧା ମିଳିବ ।