No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୦ ଜାନୁଆରୀ ଗୁରୁବାର ) ବରଗଡ଼ :- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ୩ୟ ଦିବସ ରେ ୧୧୧୯ ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଆଜି ଜିଲ୍ଲା ପରିଷଦ ସଭ୍ୟ ପାଇଁ ୧୬ ଜଣ ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ କରିଛନ୍ତି । ସେଥି ମଧ୍ୟରେ ଓ୍ବାର୍ଡ ସଭ୍ୟ ସଭ୍ୟା ପାଇଁ ୬୯୭, ସରପଞ୍ଚ ପଦବୀ ପାଇଁ ୨୪୦, ପଞ୍ଚାୟତ ସମିତି ସଭ୍ୟ ପଦ ପାଇଁ ୧୬୬, ଏବଂ ୧୬ ଜଣ ଜିଲ୍ଲା ପରିଷଦ ସଭ୍ୟ ପାଇଁ ମନୋନୟନ ପତ୍ର ଦାଖଲ କରିଥିଲେ ।

ଆଜି ଜିଲ୍ଲା ର ବିଭିନ୍ନ ବ୍ଲକ ରେ ଅତାବିରା ବ୍ଲକ ରେ ଓ୍ବାର୍ଡ ସଭ୍ୟ ସଭ୍ୟା ପାଇଁ ୨୮ ଜଣ, ସରପଞ୍ଚ ପାଇଁ ୨୦ ଜଣ, ସମିତି ସଭ୍ୟ ସଭ୍ୟା ପାଇଁ ୧୪ଜଣ ଏବଂ ଜିଲ୍ଲା ପରିଷଦ ସଭ୍ୟ ପାଇଁ ଜଣେ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ ।

ସେହିପରି ଅମ୍ଭାଭୋନା ବ୍ଲକ ରେ ୯-୧୦-୧-୨, ଗାଇସିଲେଟ ବ୍ଲକ ରେ୧୧୯-୨୨-୨୦-୦, ଝାରବନ୍ଧ ବ୍ଲକ ୪୯-୨୦-୭-୦, ପାଇକମାଳ ବ୍ଲକ ରେ ୫୧-୨୫-୧୮-୧, ବରଗଡ଼ ବ୍ଲକ ରେ ୭୧-୨୪-୨୫-୫, ବରପାଲି ବ୍ଲକ ରେ ୬୦-୧୮-୧୧-୧, ବିଜେପୁର ବ୍ଲକ ରେ ୯୪-୨୦-୧୬-୦, ଭଟଲି ବ୍ଲକ ରେ ୩୯-୧୫-୧୨-୦, ଭେଡେନ ବ୍ଲକ ରେ ୫୭-୨୪-୨୦-୨, ରାଜବୋରାସମ୍ବର ବ୍ଲକ ରେ ୫୬-୨୯-୧୩-୧, ସୋହେଲା ବ୍ଲକ ରେ ୬୪-୧୩-୯-୩ ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ଜିଲ୍ଲା ପଞ୍ଚାୟତ ଅଧିକାରୀ ସୂଚନା ଦେଇଛନ୍ତି।


No Result
View All Result