No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୮ ଜାନୁଆରୀ ମଙ୍ଗଳବାର ) ପାରଳାଖେମୁଣ୍ଡି :- ସ୍ଥାନୀୟ ଜିଲ୍ଲାପାଳ ଙ୍କ ସମ୍ମିଳିନ କକ୍ଷଠାରେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ଉକ୍ତ ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀସଂଗ୍ରାମ ଶେଖର ପଣ୍ଡା ଅଧ୍ୟକ୍ଷତା କରିଥିଲେ l ଏଥିରେ ରେ ପାରଳାଖେମୁଣ୍ଡି ବିଧାୟକ ଶ୍ରୀ କେ. ନାରାୟଣ ରାଓ, ଏସପି ଶ୍ରୀ -ଜୟରାମ ଶତପଥୀ, ଉପଜିଲ୍ଲାପାଳ ଶ୍ରୀ – ଦିଲ୍ଲୀପ କୁମାର ମହାରଣା, ଡିପିଓ ଶ୍ରୀ -ଉଲାସ ସେଠି ଏବଂ ସମସ୍ତରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ରହି କିପରି ଭାବରେ ଅବାଧ ଓ ନିରପେକ୍ଷତା ସହ ଆଗାମୀ ତ୍ରିସ୍ତରୀୟ ନିର୍ବାଚନ କରାଯିବା ନେଇ ଆଲୋଚନା କରାଯାଇଥିଲା l
ରାଜ୍ୟ ନିର୍ବାଚନ ଦ୍ୱାରା ଜାରି କରାଯାଇଥିବା ଆଦର୍ଶ ଆଚାରଣଵିଧି କୋଭିଡ ନିୟମ ପାଳନ ନିମନ୍ତେ ସଭାପତି ସମସ୍ତ ରାଜନୈତିକ ଦଳକୁ ଅନୁରୋଧ କରିଥିଲେ l ଉକ୍ତ ସଭରେ ପ୍ରଥମ ଥର କରି ରାଜ୍ୟରେ କେନ୍ଦ୍ରୀୟ ଭୋଟଗଣିତ କେନ୍ଦ୍ର ଓ ଷ୍ଟ୍ରଙ୍ଗ ରୁମ ବ୍ଲକ ସଦର ମହକୁମା ଠାରେ ସ୍ଥାପନ କରି ଭୋଟଗଣିତ କରିବାର ବ୍ୟବସ୍ତା ବିଷୟରେ ସମସ୍ତ ରାଜନୈତିକ ଦଳକୁ ଅବଗତ କରାଗଲା l
ଏହି ପରିପକ୍ଷରେ ରାଜନୈତିକ ଦଳମାନଙ୍କ ଦ୍ୱାରା ନାମଙ୍କନ ଭୋଟଗଣତି, କୋଭିଡ ନିୟମ ପାଳନ, ପ୍ରଚାର, ରାଲି ଇତ୍ୟାଦି ଉପରେ ଆଲୋଚନା କରାଯାଇଥିଲା l ଗଜପତି ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ସହିତ କିଭଳି ଭାବେ ତ୍ରିସ୍ତରୀୟ ନିର୍ବାଚନ ପରିଚାଳନା ପାଇଁ ବୈଠକରେ ସମସ୍ତ ରାଜନୈତିକ ଦଳମାନଙ୍କ ସହ ଆଲୋଚନା କରାଯାଇଥିଲା l ଏହି ବୈଠକ ରେ ଡିପିଓ ଶ୍ରୀ ଉଲାସ ସେଠି, ଜୁବିଲି ଚରଣ ବେହେରା ସଭାପରିଚାଳନା କରିଥିଲେ l
No Result
View All Result