No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୭ ଜାନୁଆରୀ ସୋମବାର ) ବରଗଡ଼ :- ବରଗଡ଼ ଜର୍ଜ ହାଇସ୍କୁଲ ପଡ଼ିଆରେ ପାଳିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ହୋଇଯାଇଛି। ଆଜି ଭାର୍ଚୁଆଲ ମୋଡରେ ଜିଲ୍ଲାପାଳ ମନୀଷା ବାନାର୍ଜୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସମସ୍ତ ଙ୍କୁ ସ୍ବାଗତ କରିବା ସହ ଆୟୋଜନ ର ବିବରଣୀ ପାଠ କରିଥିଲେ। ସମ୍ପୁର୍ଣ୍ଣ କୋଭିଡ କଟକଣା ମଧ୍ୟରେ ଏହି ଉତ୍ସବ ପାଳନ କରାଯିବ ।
ଏଥିରେ ଜନସାଧାରଣ ଙ୍କୁ ସମ୍ପୁର୍ଣ୍ଣ ବାରଣ କରାଯାଇଥିବା ବେଳେ କେବଳ ସଂପୃକ୍ତ ଅଧିକାରୀ, ସାମ୍ବାଦିକ ଏବଂ ସମ୍ମାନିତ ହେବାକୁ ଥିବା ସିମିତ କରୋନା ଯୋଦ୍ଧା ଙ୍କୁ ଶହେ ଜଣ ମଧ୍ୟରେ ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ପ୍ୟାରେଡ଼ ରେ କେବଳ ପୋଲିସ ଦଳ ଅଂଶଗ୍ରହଣ କରିବେ। ଉକ୍ତ ଦିନ ଭୋରରୁ ଡ଼ାକବାଜି ଯନ୍ତ୍ର ଦ୍ବାରା ବରଗଡ଼ ପୈାରାଞ୍ଚଳରେ ରାମ ଧୂନ ପ୍ରଚାର କରାଯିବ।
ସେହିପରି ସକାଳେ ଗାନ୍ଧୀ ଛକ ଠାରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯିବ। ସକଳ ୮.୩୦ ମିନିଟ ରେ ଜର୍ଜ ହାଇସ୍କୁଲ ପଡ଼ିଆରେ ମୁଖ୍ୟ ଅତିଥି ଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡ଼ ଅଭିବାଦନ ଗ୍ରହଣ କରିବେ। ପରେ ସ୍ବାସ୍ଥ୍ୟ, ପୋଲିସ, ସଫେଇ କର୍ମଚାରୀ ମାନଙ୍କ ମଧ୍ୟରୁ ସିମୀତ କୋଭିଡ ଯୋଦ୍ଧା ଙ୍କୁ ଅତିଥି ଙ୍କ ଦ୍ଵାରା ସମ୍ମାନିତ କରାଯିବ ବୋଲି ସୂଚନା ଦେଇଛନ୍ତି।

No Result
View All Result