No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୫ ଜାନୁଆରୀ ଶନିବାର) ବରଗଡ଼ :- ରାଜ୍ୟର ୧୦୭ଟି ପୌର ପରିଷଦ ଅଧ୍ୟକ୍ଷ ପଦ ପାଇଁ ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇଥିବା ବେଳେ ବରଗଡ଼ ଜିଲ୍ଲାର ଗୋଟିଏ ମ୍ୟୁନିସିପାଲିଟି ଓ ୩ ବିଜ୍ଞାପିତ ଅଞ୍ଚଳ ପରିଷଦରେ ପୈାର ପରିଷଦ ଅଧ୍ୟକ୍ଷ ପଦବୀ ସଂରକ୍ଷଣ ତାଲିକା ପ୍ରକାଶିତ ହୋଇଛି । ବରଗଡ଼ ମ୍ୟୁନିସିପାଲଟି ଅଧ୍ୟକ୍ଷ ପଦ ସାଧାରଣ ବର୍ଗ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଣ ସଂରକ୍ଷିତ ରହିଛି ।
ସେହିପରି ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନୁସୂଚିତ ଜାତି ମହିଳା ଏବଂ ନବ ଗଠିତ ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷ ପଦବୀ ଅନୁସୂଚିତ ଜାତି ମହିଳା ଙ୍କ ପାଇଁ ସଂରକ୍ଷିତ ରହିଛି । ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଚଳିତ ଥର ପ୍ରଥମ ଥର ପାଇଁ ନିର୍ବାଚନ ହେବ । ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚିଠି ନଂ ୯୩୩/୧୫.୧.୨୨ ନୁଯାଇ ବିଜ୍ଞପ୍ତି ଆଜି ପ୍ରକାଶିତ ହୋଇଛି ।

No Result
View All Result