No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୩ ଜାନୁଆରୀ ଗୁରୁବାର ) ପାରଳାଖେମୁଣ୍ଡି :- ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ ତଥା ଗଜପତି ଜିଲ୍ଲା ଗୋସାଣି ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ଗ୍ରାମ’ର ବାସିନ୍ଦା ବିଜୟ ଜେନା’ଙ୍କବିୟୋଗରେ ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତ୍ୟେସିଣୀ ସମାଜ ପକ୍ଷରୁ ସମାଜର ସଭାଗୃହ ଠାରେ ଏକ ଶୋକ ଶ୍ରଦ୍ଧଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ତାଙ୍କର ହୁଦଘାତ ହେବା ପରେ ତାଙ୍କୁ ତୁରନ୍ତ ସ୍ଥାନୀୟ ସ୍ବାସ୍ଥ୍ୟ କେନ୍ଦ୍ର’କୁ ନିଆ ଯାଇଥିଲା । ସେଠାରେ ତାଙ୍କର ବିୟୋଗ ଘଟିଥିଲା ।ବିଧାୟକ ସ୍ବର୍ଗତ ଜେନା , ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀର ଦୁଇ ଦୁଇଥର ବିଧାୟକ ହୋଇଥିଲେ ସେ ୧୯୭୭ ମସିହାରେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ’ରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିବା ବେଳେ ପୁଣି ତାର ପରବର୍ତ୍ତୀ ୧୯୮୦ ମସିହା’ରେ ମଧ୍ୟ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଧାୟକ ହୋଇଥିଲେ ।ସ୍ବର୍ଗତ ଜେନା’ଙ୍କ ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା ତଥାପି ସେ ସବୁବେଳେ ଚାଷୀ ଓ ଚାଷ’ର ଉନ୍ନତି ପାଇଁ ଅହରହ ଉଦ୍ୟମ ଜାରି ରଖିଥିଲେ ।
ସେ ବିଭିନ୍ନ ସମୟରେ ଚାଷୀ ମାନଙ୍କ ହିତ ପାଇଁ କେବେ ବିଡ଼ିଓ ତ କେବେ ତହସିଲଦାର ତ କେବେ ଜିଲ୍ଲାପାଳ’ଙ୍କ କାର୍ଯ୍ୟାଳୟ ଯାଇ ଚାଷୀ ମାନଙ୍କ ସମସ୍ୟା ନେଇ ଅବଗତ କରାଇ ଆସୁଥିଲେ ।ସେ ଓଡ଼ିଆ ସ୍ୱାଭିମାନି ଥିଲେ ଓ ତାଙ୍କ ନିର୍ଦ୍ଦଲୀୟ ବ୍ୟକ୍ତିତ୍ୱ ଯୋଗୁଁ ସରପଞ୍ଚ’ରୁ ବିଧାୟକ ହେବା ପର୍ଯ୍ୟନ୍ତକୁ ପହଞ୍ଚି ପାରିଥିଲେ ସେ ୮୨ ବର୍ଷ ବୟସରେ ପହଞ୍ଚି ଯାଇଥିଲେ ମଧ୍ୟ ନିଜକୁ ଚାଷ ପ୍ରତି ନିୟୋଜିତ କରି ସବୁବେଳେ କୃଷି ଓ କୃଷକର ଉନ୍ନତି ପାଇଁ ଚେଷ୍ଟିତ ଥିଲେ। । ଡମ୍ବାପୁର ଜଳସେଚନ ପ୍ରକଳ୍ପର ଉନ୍ନତି ସହ ନିଜ ଅଞ୍ଚଳ’ରେ ଥିବା ଗଜପତି ସାଗର ଓ କୃଷ୍ଣ ସାଗରର କିଭଳି ଉନ୍ନତି ହୋଇ ଚାଷୀ’ଙ୍କ ଜମିକୁ ଜଳସେଚିତ ହେବ ଏବଂ ତାହାଦ୍ବାରା ଚାଷୀକୁଳ କିଭଳି ଉପକୃତ ହେବେ ସେ ଦିଗରେ ସ୍ବର୍ଗତ ଜେନା ସବୁବେଳେ ଚିନ୍ତା କରୁଥିଲେ । ଅନ୍ୟ ପକ୍ଷରେ ଅତୀତରେ ଗୁରାଣ୍ଡି ଗ୍ରାମ’ରେ ଘଟି ଯାଇଥିବା ଗୁଳିକାଣ୍ଡ ଓ ଅଗ୍ନିକାଣ୍ଡ ଘଟଣା ସମୟ’ରେ ତାଙ୍କର ସେବା ଓ କର୍ମମୟ ଭୂମିକା ପ୍ରଭୃତି’ର ଉପସ୍ଥିତ ସମସ୍ତେ ସ୍ମୃତିଚାରଣ କରିଥିଲେ । ଏହି ଶୋକସଭା ରେ ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ଗୁରୁ ଗୈାରବ ଗୈାରଚନ୍ଦ୍ର ପଣ୍ଡା , ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା , ଶ୍ରୀ ସୂର୍ଯ୍ୟ ନାରାୟଣ ପଟ୍ଟନାୟକ , ଶ୍ରୀ ଭାରତ ଭୂଷଣ ମହାନ୍ତି , ଶ୍ରୀ ହରିମୋହନ ପଟନାୟକ , ପଣ୍ଡିତ ନୃସିଂହ ଗୌଡ଼ , ଶ୍ରୀ ଜଗଦୀଶ ଚନ୍ଦ୍ର ମହାପାତ୍ର , ଶିକ୍ଷାବିତ ଶ୍ରୀ ବିଚିତ୍ରା ନନ୍ଦ ବେବର୍ତ୍ତା , ତ୍ରିପତି ପ୍ରସାଦ ପଣ୍ଡା , ଶ୍ରୀ ଭାଗବତ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ବିଜୟ ଜେନା’ଙ୍କ କର୍ମମୟ ଜୀବନ’ର ସ୍ମୃତିଚାରଣ କରି ତାଙ୍କପ୍ରତି ଗଭୀର ଶ୍ରଦ୍ଧଞ୍ଜଳି ଜ୍ଞାପନ କରିଥିଲେ ଦୁଇ ଦୁଇଥର ବିଧାୟକ ହୋଇଥିଲେ ।
ସେ ୧୯୭୭ ମସିହାରେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ’ରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିବା ବେଳେ ପୁଣି ତାର ପରବର୍ତ୍ତୀ ୧୯୮୦ ମସିହା’ରେ ମଧ୍ୟ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଧାୟକ ହୋଇଥିଲେ ।ସ୍ବର୍ଗତ ଜେନା’ଙ୍କ ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା ତଥାପି ସେ ସବୁବେଳେ ଚାଷୀ ଓ ଚାଷ’ର ଉନ୍ନତି ପାଇଁ ଅହରହ ଉଦ୍ୟମ ଜାରି ରଖିଥିଲେ । ସେ ବିଭିନ୍ନ ସମୟରେ ଚାଷୀ ମାନଙ୍କ ହିତ ପାଇଁ କେବେ ବିଡ଼ିଓ ତ କେବେ ତହସିଲଦାର ତ କେବେ ଜିଲ୍ଲାପାଳ’ଙ୍କ କାର୍ଯ୍ୟାଳୟ ଯାଇ ଚାଷୀ ମାନଙ୍କ ସମସ୍ୟା ନେଇ ଅବଗତ କରାଇ ଆସୁଥିଲେ ।ସେ ଓଡ଼ିଆ ସ୍ୱାଭିମାନି ଥିଲେ ଓ ତାଙ୍କ ନିର୍ଦ୍ଦଲୀୟ ବ୍ୟକ୍ତିତ୍ୱ ଯୋଗୁଁ ସରପଞ୍ଚ’ରୁ ବିଧାୟକ ହେବା ପର୍ଯ୍ୟନ୍ତକୁ ପହଞ୍ଚି ପାରିଥିଲେ । ସେ ୮୨ ବର୍ଷ ବୟସରେ ପହଞ୍ଚି ଯାଇଥିଲେ ମଧ୍ୟ ନିଜକୁ ଚାଷ ପ୍ରତି ନିୟୋଜିତ କରି ସବୁବେଳେ କୃଷି ଓ କୃଷକର ଉନ୍ନତି ପାଇଁ ଚେଷ୍ଟିତ ଥିଲେ। । ଡମ୍ବାପୁର ଜଳସେଚନ ପ୍ରକଳ୍ପର ଉନ୍ନତି ସହ ନିଜ ଅଞ୍ଚଳ’ରେ ଥିବା ଗଜପତି ସାଗର ଓ କୃଷ୍ଣ ସାଗରର କିଭଳି ଉନ୍ନତି ହୋଇ ଚାଷୀ’ଙ୍କ ଜମିକୁ ଜଳସେଚିତ ହେବ ଏବଂ ତାହାଦ୍ବାରା ଚାଷୀକୁଳ କିଭଳି ଉପକୃତ ହେବେ ସେ ଦିଗରେ ସ୍ବର୍ଗତ ଜେନା ସବୁବେଳେ ଚିନ୍ତା କରୁଥିଲେ ।
ଅନ୍ୟ ପକ୍ଷରେ ଅତୀତରେ ଗୁରାଣ୍ଡି ଗ୍ରାମ’ରେ ଘଟି ଯାଇଥିବା ଗୁଳିକାଣ୍ଡ ଓ ଅଗ୍ନିକାଣ୍ଡ ଘଟଣା ସମୟ’ରେ ତାଙ୍କର ସେବା ଓ କର୍ମମୟ ଭୂମିକା ପ୍ରଭୃତି’ର ଉପସ୍ଥିତ ସମସ୍ତେ ସ୍ମୃତିଚାରଣ କରିଥିଲେ । ଏହି ଶୋକସଭା ରେ ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ଗୁରୁ ଗୈାରବ ଗୈାରଚନ୍ଦ୍ର ପଣ୍ଡା , ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା , ଶ୍ରୀ ସୂର୍ଯ୍ୟନାରାୟଣପଟ୍ଟନାୟକ , ଶ୍ରୀ ଭାରତ ଭୂଷଣ ମହାନ୍ତି , ଶ୍ରୀ ହରିମୋହନ ପଟନାୟକ , ପଣ୍ଡିତ ନୃସିଂହ ଗୌଡ଼ , ଶ୍ରୀ ଜଗଦୀଶ ଚନ୍ଦ୍ର ମହାପାତ୍ର , ଶିକ୍ଷାବିତ ଶ୍ରୀ ବିଚିତ୍ରା ନନ୍ଦ ବେବର୍ତ୍ତା , ତ୍ରିପତି ପ୍ରସାଦ ପଣ୍ଡା , ଶ୍ରୀ ଭାଗବତ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ବିଜୟ ଜେନା’ଙ୍କ କର୍ମମୟ ଜୀବନ’ର ସ୍ମୃତିଚାରଣ କରି ତାଙ୍କପ୍ରତି ଗଭୀର ଶ୍ରଦ୍ଧଞ୍ଜଳି ଜ୍ଞାପନ କରିଥିଲେ
No Result
View All Result