No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୧୨ ଜାନୁଆରୀ ବୁଧବାର ) ଯାଜପୁର :- ଯାଜପୁର ସହର ରେ ମା’ ବିରଜାଙ୍କର ମନ୍ଦିର ରହିଛି l ଯାଜପୁର ବିରଜା କ୍ଷେତ୍ର l ଯାଜପୁର ଏକଦା ସମଗ୍ର ଓଡିଶା କୁ ଶାସନ କରୁଥିବା ଭୌମକର ରାଜନ୍ୟ ବର୍ଗ ଙ୍କର ରାଜଧାନୀ ଥିଲା l ଦୁଇ ଶହ ବର୍ଷ ( ଖ୍ରୀ 736 ରୁ 939 ) ଧରି ଏହି ବଂଶ ର ଛ ଜଣ ମହାରାଣୀ ଶାସନ କରିବା ପୃଥିବୀ ଇତିହାସ ର ଏକ ବିରଳ ଘଟଣା l

ସେମାନେ ବୌଦ୍ଧ, ଶୈବ, ଶାକ୍ତ, ବୈଷ୍ଣବ, ସୌର, ଗଣପତ୍ୟ ଓ ତନ୍ତ୍ର ଇତ୍ୟାଦି ସର୍ବ ଧର୍ମ ର ପୃଷ୍ଠପୋଷକତା କରିଥିଲେ l ତାଙ୍କ ସମୟରେ ବିରଜା କ୍ଷେତ୍ର ର ମାହାତ୍ମ୍ୟ ବୃଦ୍ଧି ପାଇଲା l ମା ବିରଜା ଦ୍ୱିଭୁଜା, ସିଂହବାହିନୀ, ମହିଷାସୁର ମର୍ଦ୍ଦିନୀ ରୂପେ ପୂଜିତl l ତାଙ୍କ ଡାହାଣକୁ ମା ବଗଳାମୁଖୀ ପୂଜା ପାଉଛନ୍ତି l

ବୈତରଣୀ ନଦୀ କୂଳରେ ଦଶାଶ୍ବମେଧ ଘାଟ l ରାଜା ଯଯାତି ଏଠାରେ ବିରାଟ ଅଶ୍ୱମେଧ ଯଜ୍ଞ କରାଇଥିଲେ l ଏହି ଘାଟ ରେ ନାଭି ଗୟା ତୀର୍ଥ ଅବସ୍ଥିତ l ଓଡିଶା ଓ ଓଡିଶା ବାହାରୁ ଅନେକ ଲୋକ ଆସି ନିଜ ପିତୃ ପୁରୁଷ ଙ୍କୁ ଏଠାରେ ଶ୍ରାଦ୍ଧ ଓ ପିଣ୍ଡ ଦାନ କରିଥାନ୍ତି l ଏହି ଘାଟ ରେ ମା ସପ୍ତ ମାତୃକା ଙ୍କର ମନ୍ଦିର ଓ ମୂର୍ତ୍ତି ରହିଛି l ନଦୀର ଅପର ପାର୍ଶ୍ୱରେ ଭଗବାନ ଶ୍ରୀ ବରାହ ଦେବ ଙ୍କର ମନ୍ଦିର l ଏହା ବ୍ୟତୀତ ସାରା ଯାଜପୁର ସହରରେ ଶତାଧିକ ମଠ ମନ୍ଦିର ଏହି ପବିତ୍ର ସ୍ଥାନ ର ମହିମା କୁ ବହୁ ଗୁଣିତ କରିଛି l
No Result
View All Result