No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୨ ଜାନୁଆରୀ ବୁଧବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ବିଭିନ୍ନନିର୍ମାଣଧିନ ରାସ୍ତା ଖରାପ ଯୋଗୁଁ ଦୁର୍ଗମ ଅଞ୍ଚଳରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ତେବେ ତେବେ ଆମ୍ବୁଲାନ୍ସ କର୍ମଚାରୀଂକ ମହାନତା ଗର୍ଭବତୀଙ୍କ ନିକଟରେ ପହଞ୍ଚିଲେ ଆମ୍ବୁଲାନ୍ସ କର୍ମଚାରୀ । ଷ୍ଟ୍ରେଚରରେ ବୋହି ନେଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇଲେ । ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ଶବରପଲ୍ଲୀ ପଞ୍ଚାୟତର ଭାଲିଆଗଣ୍ଡା ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା ।

ସୂଚନା ଅନୁଯାୟୀ, ଗାଁର ରାମ ମଣ୍ଡଳଙ୍କ ଆସନ୍ନ ପ୍ରସବା ସ୍ତ୍ରୀ ଝରାମଣି ରଇତଙ୍କ ଗର୍ଭ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ତେବେ ଆମ୍ବୁଲାନ୍ସ ଆସିଥିଲେ ମଧ୍ୟ ନିର୍ମାଣଧିନ ଥିବା ଖାଲଖମା ଓ କାଦୁଅ ରାସ୍ତା ଦେଇ ଗାଁରେ ପହଞ୍ଚି ପାରି ନଥିଲା । ଫଳରେ ଆମ୍ବୁଲାନ୍ସର ଫାର୍ମାସିଷ୍ଟ ସଦାଶିବ ପାଣି, ଡ୍ରାଇଭର ସରୋଜ ପଟ୍ଟନାୟକ ଓ ହେଲପର୍ ଶକ୍ତିମାଳ ବିଷୋୟୀ ଅନ୍ଧାର ମଧ୍ୟରେ ଟର୍ଚ୍ଚ ଆଲୁଅ ସାହାଯ୍ୟରେ ଜଙ୍ଗଲ ରାସ୍ତା ଦେଇ ଗର୍ଭବତୀଙ୍କୁ ଷ୍ଟ୍ରେଚରରେ ଦୁଇ କିଲୋମିଟର ରାସ୍ତା ବୋହି ଆଣିଥିଲେ ।

ପରେ ତୁରନ୍ତ ତାଙ୍କୁ ରା. ଉଦୟଗିରି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ମହିଳା ଜଣକ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ଉଭୟ ମା’ ଓ ଶିଶୁର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡ଼ିଛି । ଘଟଣାକୁ ନେଇ ୧୦୮ ଆମ୍ବୁଲାନ୍ସର କର୍ମଚାରୀ ମାନଙ୍କ ମହାନତାକୁ ନେଇ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

No Result
View All Result