No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୨ ଜାନୁଆରୀ ବୁଧବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେଚାଷୀମାନଙ୍କ ଉତ୍ପାଦିତ ଧାନକୁ ସରକାରଙ୍କ ଉଦ୍ଦେଶରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଖୋଲା ଯାଇଥିବା ଧାନମଣ୍ଡିରେ ଅବ୍ୟବସ୍ଥା ଲାଗି ରହିଥିବା ନେଇ ଏହାର ପ୍ରତିବାଦରେ ମଙ୍ଗଳବାରୀ ଶତାଧିକ ଚାଷୀ ଆନ୍ଦୋଳନ ପାଇଁ ରାଜ ରାସ୍ତାକୁ ଓହ୍ଲାଇଛନ୍ତି । ମଙ୍ଗଳବାର ଶତାଧିକ ଚାଷୀ , କୃଷକ ସଂଘ ସଭାପତି ଶ୍ରୀ ସୂର୍ଯ୍ୟ ନାରାୟଣ ପଟନାୟକଙ୍କ ନେତୃତ୍ୱରେ ସ୍ଥାନୀୟ ପୋଲିସ ଷ୍ଟେସନ ଛକଠାରେ ଏହାର ପ୍ରତିବାଦରେ ରାସ୍ତାରେ ବସି ଆନ୍ଦୋଳନ କରିଥିଲେ । ପରେ ସେଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ସେଠାରେ ଗଣ-ଧାରଣାରେ ବସି ରାଜ୍ୟ ସରକାର ଓ ପ୍ରଶାସନ ବିରୋଧୀ ବିଭିନ୍ନ ସ୍ଲୋଗାନ ମାନ ଦେଇଥିଲେ ।

ପରେ ୪ ଦଫା ଦାବି ପୂରଣ ନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଚାଷୀମାନଙ୍କ ପକ୍ଷରୁ ଡେପୁଟି କଲେକ୍ଟର ଶ୍ରୀ ଜୁବୁଲି ଚରଣ ବେହେରା ଏବଂ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ଶତ୍ରୁଘନ ଗିରିଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ କୃଷକ ନେତା ଶ୍ରୀ ସୂର୍ଯ୍ୟ ନାରାୟଣ ପଟନାୟକ ଅଭିଯୋଗରେ କହିଥିଲେ ଯେ , ଧାନକିଣା ପ୍ରସ୍ତୁତି ବୈଠକ ହେବା ସତ୍ତ୍ୱେ ଧାନମଣ୍ଡି ବିଳମ୍ବରେ ଖୋଲି ଆରମ୍ଭ କଲେ , ହେଲେ ମଣ୍ଡିରେ ଚାଷୀଙ୍କ ଧାନ ବିକ୍ରୟ ହୋଇପାରୁନି । ଚାଷୀ ମଣ୍ଡିକୁ ଆସୁଛନ୍ତି ଆଉ ଦୀର୍ଘ ସମୟ ଧରି ଅପେକ୍ଷା କଲାପରେ ଘରକୁ ଧାନଧରି ଫେରି ଯାଉଛନ୍ତି । ଚାଷୀ ମଣ୍ଡିକୁ ଧାନନେଇ ମଣ୍ଡିରେ ଧାନର ମାନ ନିର୍ଦ୍ଧାରଣ କରାଇ ତାଙ୍କର ବିକ୍ରୟ ଯୋଗ୍ୟଧାନ ମଣ୍ଡିରେ ଦେଇ ବିକ୍ରୟ କରିବାନିୟମଥିବାସତ୍ୱେ ମିଲ ମାଲିକଙ୍କ ଇଙ୍ଗିତରେ ଧାନସବୁ ମିଲ ପରିସରକୁ ନେବାପାଇଁ କୁହାଯାଉଛି ।

ସେଠାରେ କଟନୀ-ଛଟନି ନାରେ ୫/୬ କେଜି ଧାନ ଅଧିକ ମାଗୁଛନ୍ତି । ଏଥିରେ ଚାଷୀମାନେ ପ୍ରତିବାଦ କଲେ , ଧାନର ମାନ ଖରାପ ଅଛି କହି ମିଲ ମାଲିକ ମାନେ ହଇରାଣ କରୁଛନ୍ତି । କେତେକ ଚାଷୀଙ୍କ ନାମ ଏ ପର୍ଯ୍ୟନ୍ତ ପଞ୍ଜୀକରଣ ହୋଇ ନ ଥିବା ବେଳେ କେତେକଙ୍କ ଟୋକେନ୍ ଆସିନାହିଁ ଏବଂ କେତେକଙ୍କ ଟୋକେନରେ କମ ପରିମାଣର ଜମିଥିବା ଆସିଛି ଏବଂ ଅନେକ ଚାଷୀ ଏ ପର୍ଯ୍ୟନ୍ତ ମେସେଜ ପାଇନଥିବା ପ୍ରଭୃତି ଏଭଳି ଅନେକ ଅବ୍ୟବସ୍ଥା ତଥା ସମସ୍ୟା ରହିଛି ବୋଲି ଅଭିଯୋଗରେ କହିଛନ୍ତି ।

No Result
View All Result