No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୦୯ ଜାନୁଆରୀ ରବିବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ବାହାଡ଼ ଝୋଲା ପଞ୍ଚାୟତ ରେ କଲ୍ୟାଣ ମଣ୍ଡପ,ମିଶନ ଶକ୍ତି ଗୃହ, ଅଙ୍ଗନ ୱାଡି ଗୃହ ର ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ବାହାଡ ଝୋଲା ଗ୍ରାମ ପଞ୍ଚାୟତ ର ନୂତନ ମିଶନ ଶକ୍ତି ଗୃହ,ନୂତନ ଅଙ୍ଗନୱାଡି ଗୃହ ,

ବାହାଡ ଝୋଲା ଗ୍ରାମ ଫୁଲେଶ୍ୱର ମନ୍ଦିର ଠାରେ ନୂତନ କଲ୍ୟାଣ ମଣ୍ଡପ ର ଶୁଭ ଉଦଘାଟନ କରିବା ସହ ଅଞ୍ଚଳ ର ବିକାଶ ଉପରେ ଗୁରୁତ୍ୱାରୋପ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ବିଭିନ୍ନ ଜନ କଲ୍ୟାଣ କାରୀ ଯୋଜନା ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ,ଜିଲ୍ଲା ଉପ ସଭାପତି ଦିଲ୍ଲୀପ କୁମାର ଦଳ ବେହେରା,ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ, ଜିଲ୍ଲା ଛାତ୍ର ସମ୍ପାଦକ ଶୁଭଶ୍ରୀ ସାହୁ,ସ୍ଥାନୀୟ ସମିତି ସଭ୍ୟା ଛବି ରାଣୀ ସାହୁ,

ବ୍ଲକ୍ ଯୁବ ବିଜେଡ଼ି ସଭାପତି ଶୁଭ୍ରାଂଶୁ ଶେଖର ସେନାପତି,ବ୍ଲକ୍ ଛାତ୍ର ବିଜେଡ଼ି ସଭାପତି ସୁବ୍ରତ ପରିଡ଼ା,ଜିଲ୍ଲା ଛାତ୍ର ଉପ ସଭାପତି ଅମୂଲ୍ୟ ସାହୁ,ଯୁବ ଉପ ସଭାପତି ସଞ୍ଜୀବ କୁମାର ଡାକୁଆ, ବରିଷ୍ଠ ବିଜେଡ଼ି ସଂଗଠକ ତ୍ରିନାଥ ସ୍ୱାଇଁ,ସନାତନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ବିଧାୟକ ଙ୍କ ପ୍ରଚେଷ୍ଟା ଯୋଗୁଁ ପ୍ରତ୍ୟେକ ଉନ୍ନୟନ ମୂଳକ ପ୍ରକଳ୍ପ ର ସଫଳ ରୂପାୟନ ହୋଇପାରୁଥିବା ରୁ ପଞ୍ଚାୟତ ବାସୀ ବିଧାୟକ ଙ୍କୁ ଧନ୍ୟବାଦ୍ ଦେବା ସହ ପ୍ରଶଂସା କରିଥିଲେ ।

No Result
View All Result