No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୮ ଡିସେମ୍ବର ମଙ୍ଗଳବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ରାମନଗର ଛକଠାରେ ଆଜି ସନ୍ଧ୍ୟା ପ୍ରାୟ ୭.୦୦ ଘଣ୍ଟା ବେଳେ ଗୋଟିଏ କାର ଜଣେ ପଦଯାତ୍ରୀ ଙ୍କୁ ଦୁର୍ଘଟଣା ଘଟାଇବା ଫଳରେ ପଥଚାରୀ ଜଣକ ଗୁରୁତର ଆହତ ହୋଇ ଛଟପଟ ହେଉଥିଲେ।ଲୋକେ ତାଙ୍କୁ ମେଡିକାଲ୍ ସ୍ଥାନାନ୍ତର କରିବା ବଦଳରେ ଫୋଟୋ ଉଠାଉ ଥାନ୍ତି ।
ଏହିପରି ସମୟରେ ଗଜପତି ଏସପି ଶ୍ରୀ ଜୟରାମ ଶତପଥୀ ଗୋଟିଏ ଜରୁରୀ ମିଟିଂ ପାଇଁ ସେହି ବାଟ ଦେଇ ଯାଉଥିବା ବେଳେ ଆହତ ଲୋକଟିକୁ ଦେଖି, ସେଠାରେ ଅଟକି, ନିଜ ଗାଡିରେ ଆହତଙ୍କୁ ମେଡିକାଲ୍ ପଠାଇବା ବ୍ୟବସ୍ଥା କରି, ନିଜେ ଗୋଟିଏ ସ୍କୁଟି ରେ ମିଟିଂ ଯାଇଥିବା ହେତୁ ଜନସାଧାରଣ ଏପରି ମାନବିକତା ପ୍ରଦର୍ଶନ ପାଇଁ ଭୂରି ଭୂରି ପ୍ରଶଂସା କରିଛନ୍ତି ।

No Result
View All Result