No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୮ ଡିସେମ୍ବର ମଙ୍ଗଳବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ମୋହନା ସ୍ଥିତ ହିଲଟପ ସ୍ନାତକ ମହାବିଦ୍ୟାଳୟର ବାଳିକା ଓ ବାଳକ ବିଭାଗ ପକ୍ଷରୁ ୪୬ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ୭ଦିନ ଧରି ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ସେବା ଶିବିରର ଉଦଯାପନୀ ଉତ୍ସବ ସମାପ୍ତ ହୋଇଯାଇଛି। ଏହି ସ୍ୱତନ୍ତ୍ର ଶିବିରରେ ଛାତ୍ରଛାତ୍ରୀ ମାନେ ଭୋଟର ସଚେତନତା , କରୋନା ସମ୍ବନ୍ଧୀୟ ସଚେତନତା, ଓମିକ୍ରନର ଭୟାବହତା, ସ୍ୱଚ୍ଛ ଭାରତ ଅଭିଯାନ ଆଦି ଜନ ସଚେତନତା ମୂଳକ କାର୍ଯ୍ୟକ୍ରମ ମୋହନା ପଞ୍ଚାୟତରେ କରିବା ସହ , ଶିବ ମନ୍ଦିର, ଚର୍ଚ୍ଚ, ବ୍ଲକ ଅଫିସ, ଥାନା,

ତହସିଲ, ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଓ ସିଡିପିଓ ଅଫିସ ପରିସରକୁ ପରିଷ୍କାର ପରିଚ୍ଛନ୍ନ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଶୁଭ୍ରକାନ୍ତ ମହାନ୍ତିଙ୍କ ସଭାପତିତ୍ତ୍ଵରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ବରିଷ୍ଠ ଶିକ୍ଷାବିତ ମଧୂସୁଦନ ପାଢୀ ଓ ମୁଖ୍ୟବକ୍ତା ଭାବେ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଭଗବାନ ବିଷୋୟୀ ଯୋଗ ଦେଇଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବାଳକ ବିଭାଗର ଯୋଜନା ଅଧିକାରୀ ଅଧ୍ୟାପକ ସନ୍ତୋଷ କୁମାର ନନ୍ଦ ଓ ବାଳିକା ବିଭାଗର ଯୋଜନା ଅଧିକାରିଣୀ ଅଧ୍ୟାପିକା ରୀତା କୁମାରୀ ଶତପଥୀ ।

No Result
View All Result