କେନ୍ଦୁଝର ଜିଲ୍ଲା ବନ ବିଭାଗଙ୍କ ର କୁମ୍ଭକର୍ଣ୍ଣ ନିଦ କେବେ ଭାଙ୍ଗିବ – ରେମାଳ ଡ୍ୟାମରେ ଜାଲ

ଏହି ସ୍ଥାନରେ ଜଳଭଣ୍ଡାର ମଧ୍ଯରେ କିଛି ଲୋକ ଜାଲ ବସାଇ ଦେଉଥିବାରୁ ଗୋଟାଏବି ପକ୍ଷୀ ଦେଖିବାକୁ ମିଳୁ ନାହାନ୍ତି । ବନ ବିଭାଗ ଏହି ଜଳଭଣ୍ଡାର ପ୍ରତି ଦ୍ରୁଷ୍ଟିଦେବାକୁ ଦାବୀ ହେଉଛି ।

ଓଡ଼ିଶା ତାଜା ନ୍ୟୁଜ୍ (୨୫ ଡିସେମ୍ବର ଶନିବାର) ଭୁବନେଶ୍ୱର :- କେନ୍ଦୁଝର ଜିଲ୍ଲା ହରିଚନ୍ଦନ ପୁର ବ୍ଲକ ଅଞ୍ଚଳରେ ରହିଥିବା ରେମାଳ ଡ୍ୟାମ ପର୍ଯ୍ୟଟନ ଋତୁରେ ବେଶ୍ ଚଳଚଞ୍ଚଳ ହୋଇଉଠେ । ଏହି ଜଳଭଣ୍ଡାର ନିକଟରେ ପ୍ରାକ୍ରୁତିକ ଶୋଭା ଅତ୍ଯନ୍ତ ମନୋହର । ବ୍ରାହ୍ମଣିପାଳଠାରୁ ହରିଚନ୍ଦନପୁର-କେନ୍ଦୁଝର ରାସ୍ତାରେ ଏହି ମନୋରମ ସ୍ଥାନଟିରେ ବର୍ତ୍ତମାନ ବହୁ ସଂଖ୍ୟାରେ ପର୍ୟ୍ୟଟକ ବଣଭୋଜୀ କରୁଛନ୍ତି । ଭୁବନେଶ୍ବର ଠାରୁ ହରିଚନ୍ଦନପୁର ଦେଇ କେନ୍ଦୁଝର ମୁଖ୍ୟ ରାସ୍ତାରେ ଏହା ଥିବାରୁ ବହୁ ସଂଖ୍ୟାରେ ଯାତ୍ରୀବାହୀ ଗାଡି ମଧ୍ୟ ଚଳାଚଳ କରୁଛି ।

ଶୀତ ୠତୁ ଆରମ୍ଭ ହେଲେ ବିଦେଶାଗତ ପକ୍ଷୀଙ୍କର କଳରବରେ ଏହି ଜଳଭଣ୍ଡାର ସମେତ କେନ୍ଦୁଝରର ସମସ୍ତ ଜଳଭଣ୍ଡାରରେ ମନୋରମ ଶୋଭା ଦେଖିବାକୁ ମିଳେ । କେନ୍ଦୁଝରଠାରୁ ୫୫କିଲୋମିଟର ଏବଂ ଭୁବନେଶ୍ବରଠାରୁ ୧୭୦ କିଲୋମିଟର ଦୂରତାରେ ଥିବା ଏହି ସ୍ଥାନରେ ଜଳଭଣ୍ଡାର ମଧ୍ଯରେ କିଛି ଲୋକ ଜାଲ ବସାଇ ଦେଉଥିବାରୁ ଗୋଟାଏବି ପକ୍ଷୀ ଦେଖିବାକୁ ମିଳୁ ନାହାନ୍ତି । ବନ ବିଭାଗ ଏହି ଜଳଭଣ୍ଡାର ପ୍ରତି ଦ୍ରୁଷ୍ଟିଦେବାକୁ ଦାବୀ ହେଉଛି ।