No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୩ ଡିସେମ୍ବର ଗୁରୁବାର) ବରଗଡ଼ :- ଖବର କାଗଜ ହକର ମାନଙ୍କ ପାଇଁ ସ୍ବତନ୍ତ୍ର କୋଭିଡ ସହାୟତା ରାଜ୍ୟ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ଆଜି ଭାର୍ଚୁଆଲ ମୋଡରେ ଶୁଭାରମ୍ଭ ହୋଇଯାଇଛି । ଏଥିରେ ବରଗଡ଼ ଜିଲ୍ଲାରେ ପଞ୍ଜିକୃତ ୨୧୪ ଜଣ ହକର ୬ହଜାର ଟଙ୍କା ଲେଖାଏଁ ସ୍ବତନ୍ତ୍ର ସହାୟତା ତାଙ୍କ ବ୍ୟାଙ୍କ ଆକାଉଣ୍ଟ ରେ ସିଧା ସଳଖ ଜମା ହୋଇଥିଲା ।

ଏହି ଅବସରରେ ଜିଲ୍ଲା ଓସଓ୍ବାନ ହଲ ଠାରେ ଭାରଚୁଆଲ ମୋଡରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଶୁଭାରମ୍ଭ କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ମନୀଷା ବାନାର୍ଜୀ ଙ୍କ ସମେତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ, ଜିଲ୍ଲା ଶ୍ରମ ଅଧିକାରୀ ଏବଂ ୨୦ ଜଣ ଖବର କାଗଜହକର ସାମିଲ ହୋଇଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ କରୋନା ମହାମାରୀ ସମୟରେ ସେମାନେ ଆର୍ଥିକ ଦୃଷ୍ଟିରୁ ବହୁ ଅସୁବିଧାର ସମ୍ମୁଖୀନ ସୋଇଥିଲେ । ଏହି ଆର୍ଥିକ ସହାୟତା ସେମାନଙ୍କ ର ଜରୁରୀ କାର୍ଯ୍ୟ ରେ ଲାଗି ପାରିବ । ସେହିପରି ଏହା ବ୍ୟତୀତ ସେମାନଙ୍କୁ ସାମାଜିକ ସୁରକ୍ଷା ଯୋଜନା ରେ ମଧ୍ୟ ସାମିଲ କରାଯାଇଛି ।

ଯେଉଁ ଥିରେ କି ତାଙ୍କର ସ୍ବଭାବିକ ମୃତ୍ୟୁ ହେଲେ ପରିବାର ବର୍ଗଙ୍କୁ ଏକ ଲକ୍ଷ ଟଙ୍କା, ଦୁର୍ଘଟଣା ଜନିତ ମୃତ୍ୟୁ ରେ ଦୁଇ ଲକ୍ଷ ଟଙ୍କା, କୈାଣସି ଅଙ୍ଗ ହରାଇଲେ ଦେଢ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ସରକାର ଙ୍କ ପକ୍ଷରୁ ଯୋଗାଇବା ର ବ୍ୟବସ୍ଥା ହୋଇଛି । ଆଗାମୀ ଦିନରେ ତାଙ୍କୁ ପରିଚୟ ପତ୍ର ମଧ୍ୟ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି ।

No Result
View All Result