No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୩ ଡିସେମ୍ବର ଗୁରୁବାର) ବରଗଡ଼ :- ବରଗଡ଼ ମିନି ଷ୍ଟାଡିୟମ ଠାରେ ବରଗଡ଼ ମହିଳା ମହାବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି । ଆଜି ସକାଳୁ କ୍ରୀଡା ମସାଲ ପ୍ରଜ୍ୟୋଳନ ସହ କ୍ରୀଡ଼ା ପତାକା ଉତ୍ତୋଳନ କରିଥିଲେ କଲେଜ ଅଧ୍ୟକ୍ଷ । ଦିନ ତମାମ ଚାଲିଥିବା ବିଭିନ୍ନ ପ୍ରତିଯୋଗିତା ରେ ଛାତ୍ରୀ ମାନେ ଅଂଶଗ୍ରହଣ କରି ପୁରସ୍କୃତ ହୋଇଥିଲେ ।

ଉଦଯାପନୀ ସନ୍ଧ୍ୟାରେ ଆୟୋଜିତ ସଭାରେ ଅତିଥି ଭାବେ ଜିଲ୍ଲା କ୍ରୀଡ଼ା ସାଂସଦ ସାଧାରଣ ସମ୍ପାଦକ କିଶୋର ମିଶ୍ର, ଆନ୍ତର୍ଜାତିକ ପର୍ବତାରୋହୀ ଲିପିକା ସେଠ, ଜାତୀୟ କ୍ରୀଡା ପ୍ରଶିକ୍ଷଣ ଶିବ ପ୍ରସାଦ ମିଶ୍ର, ଜାତୀୟ ଆଥଲେଟ ହାରାଧନ ଭୋଇ ଯୋଗଦେଇଥିଲେ । କାର୍ଯ୍ୟକ୍ରମ କୁ ଅଧ୍ୟାପକ ସନ୍ତୋଷ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


No Result
View All Result