No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୩ ଡିସେମ୍ବର ଗୁରୁବାର) ବରଗଡ଼ :- ବରଗଡ଼ ମ୍ୟୁନିସିପାଲିଟି ଅନ୍ତର୍ଗତ ତେର ନମ୍ବର ୱାର୍ଡର ସ୍ମୃତି ନଗର ଅଞ୍ଚଳରେ ଡ୍ରେନ ନଥିବାରୁ ପଡାବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାଣି ନିସ୍କାସନ ପାଇଁ କୈାଣସି ସୁବିଧା ନଥିବାରୁ ବର୍ଷ ବର୍ଷ ଧରି ଘରର ବ୍ୟବହୃତ ଅପରିଷ୍କାର ପାଣି ରାସ୍ତା ରେ ପ୍ରବାହିତ ହେଉଥିବାରୁ ଏକ ଅସ୍ଵାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ଏଥିନିମନ୍ତେ ପଡାବାସୀ ବାରମ୍ବାର ପୈାରପରିଷଦ କାର୍ଯ୍ୟାଳୟ ଓ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ ବି କୈାଣସି ଫଳ ମିଳିନଥିବାରୁ ଆଜି ଜିଲ୍ଲାପାଳ ଓ ପୈାରପରିଷଦର ଏକ୍ଜିକ୍ୟୁଟିଭ ଅଫିସରଙ୍କ ଦ୍ବାରସ୍ଥ ହୋଇ ଯଥାଶୀଘ୍ର ଡ୍ରେନ ନିର୍ମାଣ ପାଇଁ ଦାବି ଜଣାଇଥିଲେ।
ଉଭୟ ଜିଲ୍ଲାପାଳ ଓ ପୈାରପରିଷଦର ଏକ୍ଜିକ୍ୟୁଟିଭ ଅଫିସର ଦାବି ପତ୍ର ଗ୍ରହଣ କରିଥିଲେ ଓ ଅତି ଶୀଘ୍ର କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ଏକ ମାସ ଭିତରେ ଡ୍ରେନ କାର୍ଯ୍ୟ ଆରମ୍ଭ ନହେଲେ ପଡାବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିବାକୁ କହିଥିଲେ। ଏହି ବିକ୍ଷୋଭ ରେ ସମାଜସେବୀ ପ୍ରୀତମ ସିଂ ଙ୍କ ସହ ପଡ଼ାର ଅଧିବାସୀ ଦେବକୀ ମେହେର, ବିରଞ୍ଚି ପ୍ରଧାନ, ସୁଶାନ୍ତ ପ୍ରଧାନ, ବିକାଶ ଶର୍ମା,ରସ୍ମିତା ସାହୁ, ବିମଳା ମାଝୀ, ସତ୍ୟ ଜିତ ତ୍ରିପାଠୀ, ମାଳତୀ ସାହୁ ପ୍ରମୁଖ ସାମିଲ ହୋଇଥିଲେ।

No Result
View All Result