No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୨୦ ଡିସେମ୍ବର ସୋମବାର) ଭୁବନେଶ୍ୱର :- ଦେଶବ୍ୟାପୀ ଆଜାଦୀକା ଅମୃତ ମହୋତ୍ସବ ପାଳନ କରାଯିବା ଅବସରରେ ଆନନ୍ଦିନୀ ରାଷ୍ଟ୍ରୀୟ ସାଂସ୍କୃତିକ ଉତ୍ସବ ଏବଂ ଇନ୍ଦିରା କୃତି ସମ୍ମାନ ୨୦୨୧ ଗତ ଶନିବାରଦିନ ଭୁବନେଶ୍ବରଠାରେ ଆୟୋଜିତ ହୋଇଯାଇଛି । ଅବନ୍ତିକା ଏକାଡେମୀ ଅଫ କଲଚରାଲ୍ ଏଣ୍ଡ ସୋସିଆଲ ଓଲଫେୟାର ଅନୁଷ୍ଠାନ ଏହାକୁ ଭୁବନେଶ୍ବରସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ରଠାରେ ଆୟୋଜନ କରିବା ସହ ଶ୍ରୀ ଶାସ୍ବତ କୁମାର ତ୍ରିପାଠୀ, ଶ୍ରୀ ଚୌଧୁରୀ ବିଭାର, ଏବଂ ଶ୍ରୀ ମନୋଜ କୁମାର ବେହେରାଙ୍କୁ ୨୦୨୧ ମସିହା ପାଇଁ ଈନ୍ଦିରା କୃତି ସମ୍ମାନରେ ସମ୍ମାନୀତ କରାଯାଇ ଥିଲା ।

ଏହି ରାଷ୍ଟ୍ରୀୟ ମହୋତ୍ସବକୁ ପ୍ରସିଦ୍ଧ କଳାକାର ଶ୍ରୀ ପ୍ରଭାତ ମହାରଣା ଉଦ୍ଘାଟନ କରିଥିଲେ। ସନ୍ଧ୍ୟା ଅଧିବେଶନରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟାପକ ଶ୍ରୀ ଦୋଳଗୋବିନ୍ଦ ରଥ, ଚିତ୍ରତାରକା ଅଶ୍ରୁ ମୋଚନ ମହାନ୍ତି ଏବଂ ଓଡିଶୀ ନୃତ୍ୟଶିଳ୍ପୀ ଗୁରୁ ଶ୍ରୀମତୀ ମୀନାକ୍ଷୀ ବେହେରା ଅତିଥିଭାବେ ଯୋଗ ଦେଇଥିଲେ ।

ଗୁରୁ ସଚ୍ଚିଦାନନ୍ଦ ଦାସ, ଗୁରୁ କୁଳମଣି ସାହୁ,କୁଚିପୁଡି ନର୍ତ୍ତକୀ ପ୍ରଣବୀ ତୁମାଟି ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଅବନ୍ତିକା ଏକାଡେମୀର କଳାକାରମାନେ ଦୁର୍ଗା ସ୍ତୁତି ,ପଲ୍ଲୀନୃତ୍ୟ ,ପାଇକମାଳର ଜବାହାର ନବୋଦୟ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଶିଙ୍ଗାରୀ ନୃତ୍ୟ ପରିବେଷଣ କରିଥିଲେ । ଅବନ୍ତିକାର ସଂପାଦିକା ମଞ୍ଜୁଶ୍ରୀ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

No Result
View All Result