No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୦ ଡିସେମ୍ବର ସୋମବାର) ପଦ୍ମପୁର :- ଓଡ଼ିଶାର ବରଗଡ଼ ଜିଲ୍ଲା ଅନ୍ତର୍ଗତ ପଦ୍ମପୁର ସବଡିଭିଜନ ରେ ଖରିଫଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଳ ବୀମା କରିଥିବା ପାଞ୍ଚ ହଜାର ଛଶହ ଚାଷୀଙ୍କ ବୀମା ଫଜିକରଣ HDFC ବୀମା କଂପାନି ବେଆଇନ ଭାବେ ବାତିଲ କରି ଦେଇଥିବାରୁ ବିଜେପି କୃଷକ ମୋର୍ଚ୍ଚା ମାନ୍ୟବର କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମରଙ୍କ ଠାରେ କଂପାନି ବିରୋଧରେ ଫେରାଦ ହୋଇଛି । ଆଜି ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ତଥା ପଦ୍ମପୁରର ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ଓ କଳାହାଣ୍ଡିର ଲୋକସଭା ସଦସ୍ୟ ଶ୍ରୀ ବସନ୍ତ ପଣ୍ଡା ନୁଆଦିଲ୍ଲୀ କୃଷି ଭବନ ଠାରେ କୃଷିମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମର ଙ୍କୁ ଭେଟି ଏ ସଂକ୍ରାନ୍ତରେ ଏକ ଦାବୀପତ୍ର ଦେବାସହ ବୀମା କଂପାନି ବେଆଇନ ଭାବେ ପ୍ରିମିୟମ ଜମା କରିଥିବା ଚାଷୀଙ୍କ ବୀମା ପୋଲିସିକୁ କିଭଲି ବାତିଲ କଲା ସେ ସଂପର୍କରେ ଆଲୋଚନା କରିଥିଲେ ।

ଏଠାରେ ପ୍ରକାଶଯୋଗ୍ୟ ଯେ,ଚଳିତ ଖରିଫ ଋତୁ ପାଇଁ ସମସ୍ତ ପ୍ରକାର ଜମିର ପଟ୍ଟା ପାର୍ଚା ସହ ନିର୍ଦ୍ଧାରିତ ସମୟ ସୀମା ଜୁଲାଇ ୩୧ ତାରିଖ ଭିତରେ ଚାଷୀମାନେ ନିଜ ଜମିର ବୀମା ଫଜିକରଣ କରିଥିଲେ । ଯଦି କାଗଜ ପତ୍ରରେ ଚାଷୀ ଭୂଲ ତଥ୍ୟ ଦେଇଥିବ ତା ହେଲେ ୧ମାସ ଭିତରେ କଂପାନି ଚାଷୀଙ୍କ ବୀମା ଫଜିକରଣ ବାତିଲ କରିବାର ନିୟମ ଥିବା ବେଳେ ବେଆଇନ ଭାବେ କଂପାନି ଗତ ନଭେମ୍ବର ୧୫ ତାରିଖ ପରେ ଚାଷୀଙ୍କ ବୀମା ପଲିସି ବାତିଲ କରିଥିବାର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମନ୍ତ୍ରୀ ଶ୍ରୀ ତୋମର ତୁରନ୍ତ ବୀମା କଂପାନି ଠାରୁ ଏହାର ତଥ୍ୟ ମାଗିବା ପାଇଁ ନିର୍ଦ୍ଦେଶ ଦେବା ସହ ଓଡ଼ିଶା ସରକାରଙ୍କ ଠାରୁ ମଧ୍ୟ ରାଜ୍ୟ ସରକାରଙ୍କ ମତାମତ ଲୋଡିଛନ୍ତି ।

No Result
View All Result