ଅନୁଗୁଳ ଜିଲ୍ଲାରେ ପୁଣି ବାଘର ମୃତ୍ୟୁ ଏକ କଲରାପତାରିଆ ବାଘର ମୃତ୍ୟୁ ହୋଇଛି – ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି

ଓଡ଼ିଶା ତାଜା ନ୍ୟୁଜ୍ (୧୯ ଡିସେମ୍ବର ରବିବାର ) ଅନୁଗୁଳ ଜିଲ୍ଲା,ଆଠମଲ୍ଲିକ :- ଅନୁଗୁଳ ଜିଲ୍ଲା ପୁଣି ଏକ କଲରାପତାରିଆ ବାଘର ମୃତ୍ୟୁ ହୋଇଛି । ତେବେ ବର୍ତ୍ତମାନ ସୁଦ୍ଧା ବାଘ ମୃତ୍ୟୁ କାରଣ ଜଣାପଡି ନାହିଁ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । କଲରାପତାରିଆ ବାଘ ମୃତ୍ୟୁର କାରଣ ଖୋଜୁଛି ଆଠମଲ୍ଲିକ୍ ବନବିଭାଗ । ସୂଚନାନୁସାରେ, ଅନୁଗୁଳ ଜିଲ୍ଲାରେ ପୁଣି ବାଘର ମୃତ୍ୟୁ ହୋଇଛି । ଜରପଡ଼ା ରେଞ୍ଜ ଓ ଆଠମଲ୍ଲିକ ବନଖଣ୍ଡ ଧଣ୍ଡାତୋପା ରେଞ୍ଜ ବାତ୍ରାଖୋଲ ନିକଟରେ ବାଘର ମୃତ୍ୟୁ ଘଟିଥିବା ଦେଖିବାକୁ ମିଳିଛି ।

ଗତକାଲି ରାତିରେ ଏକ କଲରାପତରିଆ ବାଘ ମରିପଡ଼ିଥିବା ଜଣାପଡ଼ିଛି । କେଉଁ ପରିସ୍ଥିତିରେ ବାଘଟିର ମୃତ୍ୟୁ ହୋଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଏ ସମ୍ପର୍କରେ ଖବର ପାଇବା ପରେ ଅନୁଗୁଳ ଓ ଆଠମଲ୍ଲିକ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶ ପରେ ଘଟଣାସ୍ଥଳରେ ସ୍ଥାନୀୟ ବନ କର୍ମଚାରୀମାନେ ପହଞ୍ଚି ତଦନ୍ତ କରିଛନ୍ତି ।