No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୯ ଡିସେମ୍ବର ରବିବାର) ବରଗଡ :- ଆଜି ରାୟପୁର ସ୍ଥିତ ବାଲକୋ ମେଡିକାଲ ସେଣ୍ଟର୍ ପକ୍ଷରୁ ବରଗଡ ଠାରେ ଏକ ନିଶୁଳ୍କ ବା ମାଗଣା କ୍ୟାନ୍ସର ଚିକିତ୍ସା ଶିବିର ଆହୋଜନ କରିଥିଲା। ବରଗଡ ସହର ଭଟଲି ରୋଡ ସ୍ଥିତ ଡ. ନିଶାନ୍ତ ଦେବତା ପୋଲି କ୍ଲିନିକ୍ ଠାରେ ଅନୁଷ୍ଠିତ ଏହି ଚିକିତ୍ସା ଶିବିର ରେ ୫୦ ରୁ ଉର୍ଦ୍ଧ୍ବ ରୋଗୀ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ। ଏଥିରେ ମାଗଣା ରେ ଏଫ୍ ଏନ ଏ ସି ଟେଷ୍ଟ କରାଯାଇଥିଲା ଓ ପାପ ସ୍ମୀୟର ସେମ୍ପଲ ନିଆ ଯାଇଥିଲା।
ଶିବିର କୁ ବାଲକୋ ର ଡ. ଆଶୁତୋଷ ଦାସ ଶର୍ମା ଓ ତାଙ୍କ କର୍ମଚାରୀ ମାନେ ଏହି ଶିବିର କୁ ପରିଚାଳନା କରିଥିଲେ।ଆଜିର ଏହି ଶିବିର କୁ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ଉଧ୍ଘଟାନ କରିଥିଲେ। ଏହି ଶିବିର କୁ ଡ. ନିଶାନ୍ତ ଦେବତା, ଡ. ରଞ୍ଜନ ମେହେର, ସମାଜସେବୀ ତଥା ବ୍ୟୁଟିସିଏନ ମିନତୀ ସାହୁ, ବରଗଡ ଲାୟନ୍ସ କ୍ଲବ ର ସଭାନେତ୍ରୀ ଅନିତା ଲାଠ, ପୁର୍ବତନ ସଭାନେତ୍ରୀ ଜୟା ବେହେରା, ଲାୟନ୍ ଅମରଜିତ୍ ସିଂ, ସୋହନ ଲାଠ, ନବୀନ ଲାଠ, ରିତୁ ସନନ, ସୁଶାନ୍ତ ତ୍ରିପାଠୀ, ଅନିଲ ଅଗ୍ରୱାଲ,
ପ୍ରଦୀପ ସନନ୍ , ୟୁନାଇଟେଡ ଫୋରମ୍ ଫର୍ କ୍ୟାନ୍ସର ହସପିଟାଲ ତରଫରୁ ଅଶ୍ଵିନୀ ଦର୍ଜି, ପ୍ରଦୀପ ଦେବତା, ରବି ପଣ୍ଡା,ପ୍ରତାପ ନାୟକ, ଭରତ ସାହୁ, ବିଜୟ ଅଗ୍ରୱାଲ,ଗୋପାଳ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି କ୍ୟାମ୍ପ ପରିଚାଳନା ରେ ସହଯୋଗ କରିଥିଲେ।ଶିବିର ପରିଚାଳନା ବାଲକୋ ର ଆସିଷ୍ଟାଣ୍ଟ ମ୍ୟାନେଜର (ସେଲସ ଓ ମାର୍କେଟିଂ )ତଥା ପଶ୍ଚିମ ଓଡ଼ିଶା ସଂଯୋଜକ ସତ୍ୟ ପ୍ରକାଶ ଆଚାର୍ଯ୍ୟ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା ।
No Result
View All Result