No Result
View All Result
ନୟାଗଡ ରେ ଏବେ ବର୍ତମାନ ଟାଟା ନେବା ପରେ କର୍ମଚାରୀ ମାନଙ୍କ ବିଭିନ୍ନ ସମସ୍ୟା ବି.ଏ. ପିଲାମାନଙ୍କ ଦରମା ବୃଦ୍ଧି, ଓ HT ଲାଇସେନ୍ସ ଥିବା କର୍ମଚାରୀ ମାନଙ୍କୁ ପଦନିତି ନ ଦେଇ ଟାଟା କର୍ତ୍ତୃପକ୍ଷ ଜୋର ଜବରଦସ୍ତ କାହାରିକୁ shutdown ନେବାକୁ ବାଧ୍ୟ୍ୟ କରିପାରିବେ ନାହିଁ – ସଙ୍ଘର ସାଧାରଣ ସମ୍ପାଦକ ଅକ୍ଷୟ କୁମାର ତ୍ରିପାଠୀ,

ଓଡ଼ିଶା ତାଜା ନ୍ୟୁଜ୍ (୧୮ ଡିସେମ୍ବର ଶନିବାର) ନୟାଗଡ :- ଓଡିଶା ରାଜ୍ୟ ବିଦୂତ ଶ୍ରମିକ କର୍ମଚାରୀ ସଂଘ ନୟାଗଡ ଶାଖାରେ ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା. ଉକ୍ତ ବୈଠକ ର ସଭାପତିତ୍ୱ କରିଥିଲେ ସଙ୍ଘର ସ୍ଥାଇ ସଭାପତି ଶ୍ରୀ ପ୍ରଶାନ୍ତ କୁମାର ମହାପାତ୍ର ସଭାପତିତ୍ୱ କରିବା ସହିତ ସଭା କାର୍ଯ୍ୟ ପୂର୍ବରୁ ମୁର୍ତ୍ୟୁ ବରଣ କରିଥିବା ବିଦୂତ କର୍ମଚାରୀ ଓ ଶ୍ରମିକ ନେତା ଯତୀନ୍ଦ୍ର କୁମାର ରାୟ ଙ୍କ ଉଦେଶ୍ୟରେ ଏକ ମିନିଟ ନିରବ ପ୍ରାଥନା ପରେ ସଭାକାର୍ଯ୍ୟ ସଭା କାର୍ଯ୍ୟ ସଭାପତି ପରିଚାଳନା କରିବା ସହିତ ତାଙ୍କ ବକ୍ତବ୍ୟ ରେ ବର୍ତମାନ ଟାଟା ନେବା ପରେ କର୍ମଚାରୀ ମାନଙ୍କ ବିଭିନ୍ନ ସମସ୍ୟା ବି.ଏ. ପିଲାମାନଙ୍କ ଦରମା ବୃଦ୍ଧି, ଓ HT ଲାଇସେନ୍ସ ଥିବା କର୍ମଚାରୀ ମାନଙ୍କୁ ପଦନିତି ନ ଦେଇ ଟାଟା କର୍ତ୍ତୃପକ୍ଷ ଜୋର ଜବରଦସ୍ତ କାହାରିକୁ shutdown ନେବାକୁ ବାଧ୍ୟ୍ୟ କରିପାରିବେ ନାହିଁ ବୋଲି ବକ୍ତବ୍ୟ ରେ ରଖିଥିଲେ. ଅନ୍ୟ ମାନଙ୍କ ମଧ୍ୟରେ ସଙ୍ଘର ସାଧାରଣ ସମ୍ପାଦକ ଅକ୍ଷୟ କୁମାର ତ୍ରିପାଠୀ,

ସହ ସମ୍ପାଦକ ଦିଲୀପ ସାହୂ, ମୁଖ୍ୟ ସଂଗଠକ ବିପିନ ସେଠି, ସର୍କଲ ସମ୍ପାଦକ ସରୋଜ କୁମାର ଦାସ ଓ ଡିଭିଜନ ସମ୍ପାଦକ ନବ କିଶୋର ବେହେରା ନିଜ ନିଜର ବକ୍ତବ୍ୟ ରଖି କର୍ମଚାରୀ ମାନଙ୍କ ବିଭିନ୍ନ ସମସ୍ୟା ଓ ଏହାର ନିରାକାରଣ ଉପରେ ବକ୍ତବ୍ୟ ରଖିଥିଲେ. ଶେଷରେ ଚଳିତ ବର୍ଷ ପାଇଁ ଡିଭିଜନ ସମ୍ପାଦକ ଭାବେ ଶ୍ରୀ ନବ କିଶୋର ବେହେରା ଏବଂ ସହ ସମ୍ପାଦକ ଭାବେ ଶ୍ରୀ ରଂଜତ କୁମାର ହରିଚନ୍ଦନ ନିର୍ବାଚିତ ହୋଇଥିଲେ.

ସର୍ବ ସମତି କ୍ରମେ ନିର୍ବାଚିତ ହେବା ସହ ସଙ୍ଘ ର 59 ତମ ବାର୍ଷିକ ସମିଳନୀ ଚଳିତ ବର୍ଷ ବ୍ରହ୍ମପୁର ଠାରେ 26 ତାରିଖ ଠାରୁ 28 ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଅନୁଷ୍ଠିତ ହେବ ଓ ଉକ୍ତ ବାର୍ଷିକ ସମିଳନୀ ରେ କୋଭିଡ ଗାଇଡ଼ ଲାଇନ ମାନି ଉପସ୍ଥିତ ହେବାକୁ ସଙ୍ଘ ର ସଭାପତି କହିଥିଲେ. ଶେଷରେ ଶ୍ରୀ ରଂଜତ କୁମାର ହରିଚନ୍ଦନ ଧନ୍ୟବାଦ ଦେଇ ସଭାକୁ ସଂଗ କରିବାକୁ ନିବେଦନ କରିଥିଲେ .

No Result
View All Result