No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୧୭ ଡିସେମ୍ବର ଶୁକ୍ରବାର) ବରଗଡ଼ :- ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ନୂତନ ଲମ୍ବି ପାଲି ଗ୍ରାମ ରେ ସମସ୍ତ ଗ୍ରାମ ବାସୀ ମାନେ ସ୍ବ ଗୃହ କୁ ପ୍ରବେଶ କରିଛନ୍ତି। ଏହି ଅବସରରେ ନୂଆ ଲମ୍ବିପାଲିରେ ନିକଟସ୍ଥ ଗ୍ରାମବାସୀ ମାନଙ୍କୁ ଗୃହ ଓ ଗ୍ରାମ ପ୍ରବେଶ ଉତ୍ସବ ପାଳନ ରେ ଯୋଗଦାନ ପାଇଁ ନିମନ୍ତ୍ରଣ କରିଥିଲେ । ଏହି ଉପଲକ୍ଷେ ଗ୍ରାମ ମଧ୍ୟ ଭାଗରେ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା ।

ଏଠାରେ ସୂଚନାଯୋଗ୍ୟ ଯେ ଆଜି ଅତାବିରା ବ୍ଲକ ଅନ୍ତର୍ଗତ ବଣପାହାଡ ଘେରା ସଂରକ୍ଷିତ ଜଙ୍ଗଲରେ ଥିବା ଲମ୍ବି ପାଲି ଗ୍ରାମ ବାସୀ ମାନେ ୭୭ବର୍ଷ ପରେ ପୁଣି ବିସ୍ଥାପିତ ହୋଇଥିଲେ । ଏଥର କିନ୍ତୁ ରାଜ୍ୟ ସରକାର ଙ୍କ ନିର୍ଦ୍ଦେଶନାରେ ଓ ଜିଲ୍ଲା ପ୍ରଶାସନର ତତ୍ପରତାରେ ସମସ୍ତ ବିସ୍ଥାପିତ ପରିବାରଙ୍କୁ ଟାଙ୍ଗରପଡା ମୈ । ଜାରେ ନୂତନ ଲମ୍ବି ପାଲି ଗ୍ରାମ ସ୍ଥାପନ କରାଯାଇଥିଲା ।

ଆଜି ସମସ୍ତ ଗ୍ରାମ ବାସୀ ସ୍ଥାନାନ୍ତରିତ ହୋଇଥିବା ଜଣାପଡିଛି । ନୂତନ ଭାବେ ସ୍ଥାପିତ ଉକ୍ତ ଗ୍ରାମରେ ସରକାର ଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନ ଜରିଆରେ ଆଜବେଷ୍ଟସ ଛାତ ପକ୍କା ଘର ସହ ବିଦ୍ୟୁତ,ପାନୀୟ ଜଳ,ଶୈଚାଳୟ,କମ୍ୟୁନିଟି ହଲ୍ ଆଦି ର ସୁବିଧା କରାଯାଇଛି ।


No Result
View All Result