ପଞ୍ଚାୟତ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦଯାପିତ : କଦଳୀ ପାଲି ଏକାଦଶ ଚାମ୍ପିଅନ

ଓଡ଼ିଶା ତାଜା ନ୍ୟୁଜ୍ (୧୨ ଡିସେମ୍ବର ରବିବାର ) ବରଗଡ଼ :-  ବରଗଡ଼ ସଦର ମହକୁମା ନିକଟସ୍ଥ ତୋରା ସ୍ପିନିଙ୍ଗ ମିଲ ଖେଳ ପଡିଆ ଠାରେ ଚାଲିଥିବା ପଞ୍ଚାୟତ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ରେ କଦଳୀ ପାଲି ଏକାଦଶ ଚାମ୍ପିଅନ ହୋଇଛନ୍ତି । ଆଜି ଫାଇନାଲ ଖେଳ ସିଲେଟ ଏକାଦଶ ଓ କଦଳୀ ପାଲି ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ସମ୍ପୁର୍ଣ୍ଣ ମ୍ୟାଚ ଗୋଲ୍ ଶୂନ୍ୟ ରହିବ ପରେ ପେନାଲଟି ସୁଟ ରେ କଦଳୀ ପାଲି ଏକାଦଶ ୪-୧ ଗୋଲ୍ ରେ ବିଜୟୀ ହୋଇଥିଲେ ।

ଆଜି ର ସେମିଫାଇନାଲ ମ୍ୟାଚ କଦଳୀ ପାଲି ଏକାଦଶ ଓ ମୁଣ୍ଡାପଡା ମଧ୍ୟ ରେ ହୋଇଥିଲା। ଏଥିରେ କଦଳୀ ପାଲି ଏକାଦଶ ବିଜୟୀ ହୋଇଥିଲେ। ସେହିପରି ଦ୍ବିତୀୟ ମ୍ୟାଚ ସିମନ ଷ୍ଟାର ଖେଦାପାଲି ଓ ସିଲେଟ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।

ଉକ୍ତ ମ୍ୟାଚ ରେ ସିଲେଟ ଏକାଦଶ ବିଜୟୀ ହୋଇଥିଲେ। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଯୋଗଦେଇ ଚାମ୍ପିଅନ ଦଳକୁ ଟ୍ରଫି ସହ ନଗଦ ୮ ହଜାର ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ। ସେହିପରି ରନର୍ସ ଅଫ ଦଳ କୁ ଟ୍ରଫି ସହ ନଗଦ ୫ହଜାର ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ।