No Result
View All Result
୨ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବଲାଙ୍ଗିର :-> ବଲାଙ୍ଗୀର ଜିଲ୍ଲାରୁ ପ୍ରାର୍ଥୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଲାଙ୍ଗୀର ଜିଲ୍ଲା କଂଟାବାଞ୍ଜି ବିଧାନସଭା ଆସନରୁ ସେ ଆଜି ନିଜର ପାର୍ôଥପତ୍ର ଟିଟିଲାଗଡରେ ଦାଖଲ କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଆଜି ନିଜ ପ୍ରାର୍ଥୀପତ୍ର ଟିଟଲାଗଡ ଉପ ଜିଲ୍ଲାପାଳଙ୍କ ଠାରେ ଦାଖଲ କରିଛନ୍ତି । ତେବେ ଏଥିପାଇଁ ଆଜି ଟିଟିଲାଗଡରେ ପ୍ରବଳ ଜନସମାଗମ ହୋଇଥିଲା । ନେତା ମନ୍ତ୍ରୀ ଓ ବିଜେଡି କର୍ମୀ ଏଥିରେ ସାମିଲ ହୋଇଥିଲେ । ସେହିପରି ମୁଖ୍ୟମନ୍ତ୍ରୀ ଆଜି ଭୁବନେଶ୍ୱରରୁ ବଲାଙ୍ଗୀର ତୁଷୁରା ଏୟାର୍ ଷ୍ଟ୍ରିପ ରେ ଓହ୍ଲାଇଥିଲେ । ଏବଂ ସେଠୁ ସେ ହେଲିକେପ୍ଟରରେ ଟିଟଲାଗଡ ପହଂଚି ଥିଲେ ।
ତେବେ ଏଠି ହଜାର ହଜାର ଲୋକ ଓ ବିଜେଡି କର୍ମୀ ତାଙ୍କୁ ସ୍ୱାଗତ ଜଣାଇଥିଲେ । ସେହିପରି କଡା ସୁରକ୍ଷା ବଳୟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଟିଟିଲାଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ନିଜର ନାମାଙ୍କନ ଦାଖଲ କରିଥିଲେ । ତେବେ ଏହାରି ମଧ୍ୟରେ ସେ ରୋଡ ସୋ କରି ଲୋକଙ୍କ ଅଭିବାଦନ ଗ୍ରହଣ କରିଥିଲେ । ତେବେ ତାଙ୍କ ସହିତ ମନ୍ତ୍ରୀ ଟୁକୁନୀ ସାହୁ ମଧ୍ୟ ଟିଟିଲାଗଡ ଆସନ ପାଇଁ ଆଜି ତାଙ୍କର ନାମାଙ୍କନ ଦାଖଲ କରିଥିଲେ । ତେବେ ଆଜି ମୁଖ୍ୟମନ୍ତ୍ରୀଙ୍କ ନାମାଙ୍କନ ଦାଖଲରେ ଏଠି ବିଜେଡି କର୍ମୀଙ୍କ ମଧ୍ୟରେ ଖୁବ ଉତ୍ସାହ ଦେଖିବାକୁ ମିଳିଥିଲା ।
ଏହିପରି କଣ୍ଟାବାଞ୍ଜି ବିଜେଡି ନେତା ଅଜୟ ଦାସ କହିଛନ୍ତି ଯେ, ଏହା ବଲାଙ୍ଗୀର ଓ କଂଟାବାଞ୍ଜି ଜିଲ୍ଲା ପାଇଁ ଗୌରବର ବିଷୟ ଅଟେ ବୋଲି ସେ କହିଛନ୍ତି । ଏବଂ ମୁଖ୍ୟମନ୍ତ୍ରୀଙ୍କୁ ପାଇ ଏଠି ଜନତା ବହୁ ଖୁସି ଓ ଏହାଦ୍ୱାରା ସମଗ୍ର ବଲାଙ୍ଗୀର ଜିଲ୍ଲାରେ ବିଜେଡିର ବିଜୟ ହେବ ବୋଲି ସେ କହିଛନ୍ତି । ସେହିପରି ବଲାଙ୍ଗୀର ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହ ଦେଓ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ବଲାଙ୍ଗୀରରୁ ଛିଡା ହେବା ଦ୍ୱାରା ଏଠି ବିଜେଡି ଆହୁରି ମଜବୁତ୍ ହୋଇଛି । ଏବଂ କେବଳ ବଲାଙ୍ଗୀର ନୁହେଁ ସାରା ପଶ୍ଚିମ ଓଡ଼ିଶାରେ ବିଜେଡିର ବିଜୟ ହେବ ବୋଲି ସେ କହିଛନ୍ତି ।
ସେହିପରି ମୁଖ୍ୟମନ୍ତ୍ରୀଙ୍କ ବାଲ୍ୟ ବନ୍ଧୁ ତଥା ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହ ଦେଓ କହିଛନ୍ତି ଯେ, ସେ ସାଙ୍ଗ ହେଲେ ବି ସେ ମୁଖ୍ୟମନ୍ତ୍ରୀ ଅଟନ୍ତି ଓ ତାଙ୍କୁ ସମସ୍ତେ ଏଠି ଭବ୍ୟ ସ୍ୱାଗତ ଜଣାଇଛନ୍ତି । ଏବଂ ସେ ବଲାଙ୍ଗୀରରୁ ପାର୍ôଥ ହେବା ସମସ୍ତଙ୍କ ପାଇଁ ଉତ୍ସାହ ଆଣି ଦେଇଛି ବୋଲି ସେ କହିଛନ୍ତି । ସେପଟେ ମନ୍ତ୍ରୀ ଟୁକୁନୀ ସାହୁ ମଧ୍ୟ ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ନିଜର ନାମାଙ୍କନ ପତ୍ର ମଧ୍ୟ ଟିଟିଲାଗଡ ଆସନ ପାଇଁ ଦାଖଲ କରିଛନ୍ତି ।
ତେବେ ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ତାଙ୍କୁ ଆଶୀର୍ବାଦ ଦେଇ ତାଙ୍କୁ ଉତ୍ସାହିତ କରିଥିଲେ । ଯାହା ପାଇଁ ସେ ଭାଗ୍ୟବାନ ବୋଲି କହିଥିଲେ ଏବଂ ତାଙ୍କର ଲୋକପ୍ରିୟତା ପାଇଁ ସାରା ପଶ୍ଚିମ ଓଡ଼ିଶାରେ ବିଜେଡି ଏଥର ସଫଳ ହେବ ବୋଲି ସେ କହିଛନ୍ତି । ଆମେ ବଲାଙ୍ଗିର, ସୁବର୍ଣ୍ଣପୁର ଜିଲ୍ଲାର ସବୁ ଆସନରେ ଭଲ ପ୍ରଦର୍ଶନ କରି ପାରିବୁ ବୋଲି ସେ କହିଛନ୍ତି ।
No Result
View All Result