No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୦ ଡିସେମ୍ବର ଶୁକ୍ରବାର ) ବରଗଡ଼ :- ତୋରା ଗ୍ରାମ ପଞ୍ଚାୟତ ର ଗୋବିନ୍ଦ କୁମ୍ଭାର ହାଜତ ମୃତ୍ୟୁ ମାମଲା ସମେତ ମମିତା ମେହେର ହତ୍ୟା,ପରି ହତ୍ୟା ଏବଂ ମହଙ୍ଗା ଡବଲ ମର୍ଡର ଘଟଣା ର ସିବିଆଇ ତଦନ୍ତ ଦାବି କଲେ ବରଗଡ଼ ସାଂସଦ ସୁରେଶ ପୂଜାରୀ । ଆଜି ଲୋକସଭାରେ ପ୍ରଶ୍ନ ଉତ୍ତର ସମୟରେ ବରଗଡ଼ ସାଂସଦ ସୁରେଶ ପୂଜାରୀ ଦଲିତ ଯୁବକ ତୋରା ର ଗୋବିନ୍ଦ କୁମ୍ଭାର ଙ୍କ ଟାଉନ ଥାନା ପୋଲିସ ହାଜତରେ ମୃତ୍ୟୁ ଘଟଣା ର ଥାନାରେ ଏ ପର୍ଯ୍ୟନ୍ତ ଏତଲା ମଧ୍ୟ ଗ୍ରହଣ କରାନଯିବାରୁ ପରିବାର ବର୍ଗ ଉଚିତ୍ ନ୍ୟାୟ ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି ।
ରାଜ୍ୟ ସରକାର ଗୃହ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉ ନଥିବାରୁ ଏହାର ସିବିଆଇ ତଦନ୍ତ ପାଇଁ ମାନ୍ୟବର ବାଚସ୍ପତି ଙ୍କ ଠାରେ ଅନୁରୋଧ କରିଥିଲେ । ସେହିପରି ମମିତା ମେହେର ହତ୍ୟା,ପରି ହତ୍ୟା ଘଟଣା ଏବଂ ମହଙ୍ଗା ଡବଲ ମର୍ଡର ଘଟଣା ର ମଧ୍ୟ ସିବିଆଇ ଦ୍ବାରା ତଦନ୍ତ କରିବାକୁ କହିଥିଲେ ।(ସତ୍ୟ ନାରାୟଣ ପ୍ରଧାନ)
No Result
View All Result