No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୬ ଡିସେମ୍ବର ସୋମବାର ) ଭୁବନେଶ୍ୱର :- କୋଭିଡ ମୁକାବିଲା ଓ ସ୍ୱାସ୍ଥ୍ୟ ଚିକିତ୍ସା ନିମନ୍ତେ , ଖୋର୍ଦ୍ଧା ଜିଲ୍ଲାରେ କୋଭିଡ ମେଡିକାଲ ଚିକିତ୍ସା ଅର୍ଥ ବାବଦକୁ ସର୍ବାଧିକ ଟଙ୍କା ବ୍ୟୟ କରାଯାଇଛି । ଖାସକରି ଭୁବନେଶ୍ୱରରେ ଥିବା ବିଭିନ୍ନ ହସ୍ପିଟାଲକୁ କୋଭିଡ କେୟାର ହସ୍ପିଟାଲରେ ପରିଣତ କରି ଏଠାରେ ରୋଗୀ ଚିକିତ୍ସା ଯୋଗାଇଦେବାକୁ ପାଖାପାଖି ୩୩୯ କୋଟି ଟଙ୍କା ସରକାର ଖର୍ଚ୍ଚ କରିଛନ୍ତି ବୋଲି ଆଜି ବିଧାନସଭାରେ ବିଜେପି ବିଧାୟିକା ପଚାରିଥିବା ଏକ ତାରକା ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ତଥ୍ୟ ଦେଇଛନ୍ତି ।
କୋଭିଡ ମୁକାବିଲା ଓ ସ୍ୱାସ୍ଥ୍ୟ ଚିକିତ୍ସା ନିମନ୍ତେ ରାଜ୍ୟରେ ବିଭିନ୍ନ ହସ୍ପିଟାଲ ଓ ଅସ୍ଥାୟୀ ମେଡିକାଲ କ୍ୟାମ୍ପରେ ରୋଗୀଙ୍କ ଚିକିତ୍ସା ବାବଦକୁ ଅକ୍ଟୋବର ସୁଦ୍ଧା ମୋଟ ୮୪୩ କୋଟି ଟଙ୍କାରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର । ସମ୍ ହସ୍ପିଟାଲକୁ କୋଭିଡ ଭିତ୍ତିଭୂମି ଓ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ସର୍ବାଧିକ ୧୧୩ କୋଟି ଟଙ୍କା ଦେଇଛନ୍ତି ସରକାର । ଏହି କୋଭିଡ ହସ୍ପିଟାଲରେ ୩୯୦୧୦୩ ଜଣ କରୋନା ଆକ୍ରାନ୍ତଙ୍କର ଚିକିତ୍ସା କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
No Result
View All Result