No Result
View All Result
୧୮ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ନବୀନ ପଟ୍ଟନାୟକଙ୍କର ବିଜୁ ଜନତା ଦଳ ସରକାର ଓଡ଼ିଶାର ଭାଷା, ସଂସ୍କୃତି ଏବଂ ସ୍ୱାଭିମାନକୁ ଶେଷ କରିଦେବା ପାଇଁ ଷଡ଼ଯନ୍ତ୍ର କରୁଥିବା ଛତିଶଗଡ଼ ରାଜ୍ୟ ଭାରତୀୟ ଜନତା ପାର୍ଟି ତରଫରୁ ଓଡ଼ିଶା ନିର୍ବାଚନ ପାଇଁ ନିଯୁକ୍ତ ସହ-ପ୍ରଭାରୀ ଏବଂ ରାୟପୁର ନଗର ଉତ୍ତରର ବିଧାୟକ ପୁରନ୍ଦର ମିଶ୍ର ଅଭିଯୋଗ କରିଛନ୍ତି। ଦୀର୍ଘ ୨୪ବର୍ଷ ଧରି ରାଜ୍ୟରେ କୁଶାସନର କିର୍ତ୍ତୀମାନ ସ୍ଥାପନ କରିଥିବା ନବୀନ ସରକାରକୁ ତୁରନ୍ତ ବିଦା କରିବାକୁ ଶ୍ରୀ ମିଶ୍ର ଓଡ଼ିଶାବାସୀଙ୍କୁ ଅନୁରୋଧ କରିଛନ୍ତି। ସମ୍ବଲପୁର, ବିଜେପୁର, ବୀରମିତ୍ରପୁର, ରାଜଗାଙ୍ଗପୁର ଏବଂ ସୁନ୍ଦରଗଡ ଆଦି ସ୍ଥାନରେ ବିଶାଳ ନିର୍ବାଚନୀ ଜନସଭାକୁ ସମ୍ବୋଧନ କରି ଶ୍ରୀ ମିଶ୍ର,ନବୀନ ପଟ୍ଟନାୟକଙ୍କର ନେତୃତ୍ବାଧୀନ ଦୁର୍ନୀତିଗ୍ରସ୍ତ ଓ ଦମନକାରୀ ସରକାର ଓଡ଼ିଶା ଓ ଓଡ଼ିଶାବାସୀଙ୍କୁ ଆଦୌ ଭଲ ପାଆନ୍ତି ନାହିଁ ବୋଲି କହିଛନ୍ତି।
ରାଜ୍ୟରେ ଜଳ,ଜଂଗଲ ଓ ଖଣିଜ ପଦାର୍ଥର ଅପାର ଭଣ୍ଡାର ମହଜୁଦ ରହିଥିବା ବେଳେ ଅପଦାର୍ଥ ନବୀନ ସରକାର, ଏସବୁର ସଠିକ ବିନିଯୋଗ କରି ଲୋକମାନଙ୍କର କଲ୍ୟାଣ ସାଧନ କରିବା ପରିବର୍ତ୍ତେ ନିଜର କେବଳ ପକେଟ ଭରିବାରେ ବ୍ୟସ୍ତଥିବା ସେ କ୍ଷୋଭର ସହିତ ଦର୍ଶାଇଥିଲେ। ବିଜେଡିର ବ୍ୟଭିଚାରୀ ଶାସନକୁ ଓଡ଼ିଶାର ନିରୀହ ଜନସାଧାରଣ ବହୁତ ଦିନ ହେଲା ସହିଲେଣି।ଏବେ ଏଥିରୁ ସେମାନେ ନିସ୍କୃତି ଚାହୁଁଛନ୍ତି। ପରିବର୍ତ୍ତନର ହାୱା ବର୍ତ୍ତମାନ ସାରା ଓଡ଼ିଶାରେ ବହୁଥିବା ସେ ସୁଚାଇଥିଲେ। ରାଜ୍ୟବାସୀ ଏଠାରେ ଡବଲ ଇଞ୍ଜିନ ସରକାର ପ୍ରତିଷ୍ଠା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବିକାଶର ଗ୍ୟାରେଣ୍ଟି ଉପରେ ମୋହର ଲଗାଇବାକୁ ପ୍ରତିଜ୍ଞାବଦ୍ଧଥିବା ଶ୍ରୀ ମିଶ୍ର ଦମ୍ଭର ସହିତ ପ୍ରକାଶ କରିଥିଲେ।
ସମ୍ବଲପୁର ଠାରେ ଲୋକସଭା ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଧାନସଭା ପ୍ରାର୍ଥୀ ଜୟ ନାରାୟଣ ମିଶ୍ର, ବିଜେପୁର ଠାରେ ବିଧାନସଭା ପ୍ରାର୍ଥୀ ସନତ କୁମାର ଗର୍ତ୍ତୀୟା, ବରଗଡ଼ର ଲୋକସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତ, ରାଜଗାଙ୍ଗପୁର ଠାରେ ବିଧାନସଭା ପ୍ରାର୍ଥୀ ନରସିଂହ ମିଞ୍ଜ, ବୀରମିତ୍ରପୁର ଠାରେ ବିଧାୟକ ପ୍ରାର୍ଥୀ ଶଙ୍କର ଓରାମ, ସୁନ୍ଦରଗଡ଼ଠାରେ ବିଧାନସଭା ପ୍ରାର୍ଥୀନୀ କୁସୁମ ଟେଟେ ଏବଂ ଲୋକସଭା ପ୍ରାର୍ଥୀ ପୂର୍ଵତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ପ୍ରମୁଖଙ୍କୁ ବିପୁଳ ମାତ୍ରାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ପୁରନ୍ଦର ମିଶ୍ର ନିବେଦନ କରିଥିଲେ।
ବିଜେପୁର, ରାଜଗାଙ୍ଗପୁର, ବୀରମିତ୍ରପୁର ଏବଂ ସୁନ୍ଦରଗଡ ଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶ ଗୁଡିକରେ ଉଦବୋଧନ ଦେଇ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଵ ସାୟ, ଛତିଶଗଡ଼ ଭଳି ଓଡ଼ିଶାର ସଚେତନ ଜନସାଧାରଣ ପରିବର୍ତ୍ତନ ସପକ୍ଷରେ ମତଦାନ କରି ରାଜ୍ୟର ଗରିବୀ, ବେକାରୀ ଏବଂ ଦୁର୍ଗତିକୁ ଦୁରକରି ଗଗନଚୁମ୍ବି ଉନ୍ନତିର ପଥକୁ ଉନ୍ମୁକ୍ତ କରିବାକୁ ଆହ୍ୱାନ ଜଣାଇଥିଲେ। ବିଜେପୁର ସଭାରେ ଛତିଶଗଡ଼ର ଉପ-ମୁଖ୍ୟମନ୍ତ୍ରୀ ବିଜୟ ଶର୍ମା,ଦଳର ବରଗଡ଼ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଡ଼ଃ ଅରୁପାନନ୍ଦ ସାହୁ, ପୂର୍ଵତନ ସାଂସଦ ପ୍ରଭାସ ସିଂହ ଏବଂ ରାଜଗାଙ୍ଗପୁର, ବିରମିତ୍ରପୁର ଓ ସୁନ୍ଦରଗଡର ସଭାମାନଙ୍କରେ ଓଡ଼ିଶା ନିର୍ବାଚନ ପାଇଁ ବିଜେପିର ପ୍ରଭାରୀ ତଥା ଛତିଶଗଡ଼ର ଜଙ୍ଗଲମନ୍ତ୍ରୀ କେଦାର କାଶ୍ୟପ ପ୍ରମୁଖ ଉପସ୍ଥିତ ଥିଲେ।
No Result
View All Result