No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୬ ଡିସେମ୍ବର ସୋମବାର ) ପଦ୍ମପୁର :- ପଦ୍ମପୁର ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ କୁମାର ପୁରୋହିତଙ୍କ ସ୍ଵର୍ଗିୟ ପିତା ରାଧେଶ୍ୟାମ ପୁରୋହିତଙ୍କ ପ୍ରାୟଗ ରାଜ ତୀର୍ଥକ୍ଷେତ୍ର ତ୍ରିବେଣୀ ସଙ୍ଗମ ସ୍ଥଳିରେ ଅସ୍ଥି ବିସର୍ଜନ କ୍ରିୟା କର୍ମ ସମାପନ ହେବା ପରେ ଆଜି ପାଇକମାଲ ସ୍ଥିତ ବାସ ଭବନରେ ଗଙ୍ଗା ଶ୍ରାଦ୍ଧ ସହ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଏହି ଶ୍ରଦ୍ଧାଞ୍ଜଳି ସଭାରେ ପ୍ରିୟ ବନ୍ଧୁବର୍ଗଙ୍କ ସମେତ ଅଞ୍ଚଳର ବହୁ ସଂଖ୍ଯାରେ ଜନ ସାଧାରଣ ଯୋଗଦାନ କରି ଶ୍ରଦ୍ଧାଞୀଳି ଅର୍ପଣ କରିଥିଲେ ।

ମାନ୍ୟଗଣ୍ୟ ବ୍ଯକ୍ତିଙ୍କ ଭିତରେ ବରଗଡ ସାଂସଦ ଶ୍ରୀ ସୁରେଶ ପୂଜାରୀ,ଡା. ରାମକୃଷ୍ଣ ପୁରୋହିତ,ଜିଲ୍ଲା ବିଜେପି ସଭାପତି ଶ୍ରୀ ଅଶ୍ଵିନୀ ଷଡ଼ଙ୍ଗୀ,ବରିଷ୍ଠ ନେତା ଶ୍ରୀ ସୁରେଶ ଶତପଥୀ,ଶ୍ରୀ ରବି ଦାସଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ଵର୍ଗତ ଶ୍ରୀ ପୁରୋହିତଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ଯ ଅର୍ପଣ ପୂର୍ବକ ଶ୍ରଦ୍ଧାଞୀଳି ଞାପନ ସହ ସ୍ମୁତି ଚାରଣ କରିଥିଲେ । ବଲାଙ୍ଗୀର, ସମ୍ବଲପୁର,ନୂଆପଡ଼ା,ବରଗଡ ପଦ୍ମପୁର,ପାଇକମାଲ,ଝାରବନ୍ଧ ଆଦି ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳୀ ସଭାରେ ଯୋଗ ଦେଇଥିଲେ ।

No Result
View All Result