No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୬ ଡିସେମ୍ବର ସୋମବାର ) ବରଗଡ଼ :- ଆଗକୁ ପଞ୍ଚାୟତ ନିର୍ବାଚନ ହେବାକୁ ଥିବାରୁ ଗାଁ ଗଣ୍ଡାରେ ରାଜନୈତିକ ଚଳ ଚଞ୍ଚଳ ଦେଖିବା ଆରମ୍ଭ ହୋଇଛି । ବିଭିନ୍ନ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ନୂଆ ଦଳ ଆମ୍ ଆଦମୀ ପାର୍ଟି ମଧ୍ୟ ସକ୍ରିୟ ଭାବେ କାର୍ଯ୍ୟ ଆରମ୍ଭ କରିଛି । ଦିଲ୍ଲୀ ସରକାରଙ୍କ ଲୋକାଭିମୁଖୀ ଯୋଜନା ଯଥା ଶିକ୍ଷା, ମୋହଲ୍ଲା କ୍ଲିନିକ, ୨୦୦ ୟୁନିଟ ବିଜୁଳି ଫ୍ରି, ବାର୍ଦ୍ଧକ୍ୟ ଭତ୍ତା ୨୫୦୦ ଟଙ୍କା କୁ ପସନ୍ଦ କରି ବରଗଡ଼ ସଦର ଖୁଣ୍ଟପାଲି ଗାଁ ର ବହୁ ସଂଖ୍ୟାରେ ଯୁବକ, ଚାଷୀ, ବରିଷ୍ଠ ନାଗରିକ ଆମ୍ ଆଦମୀ ପାର୍ଟି ରେ ଯୋଗଦାନ କରିଛନ୍ତି ।
ଗାଁ ର ବିଭିନ୍ନ ମୌଳିକ ସମସ୍ୟା ବିଷୟରେ ଆଲୋଚନା କରିବା ସହ ସ୍ୱଚ୍ଛ ବିକଳ୍ପ ରାଜନୀତି ବିଷୟରେ ଜିଲ୍ଲା ଆବାହକ ଭବାନୀ ସାହୁ ବୁଝାଇ ଥିଲେ । ଚାଷୀ ଗଣ୍ଡା ପଧାନ,କିନ୍ତୁ ପଧାନ, ଦୟାସାଗାର ଭୋଇ ଯୋଗ ଦେଇ ଥିଲେ ବ୍ଲକ ପାଇଁ ପ୍ରକାଶ ଚନ୍ଦ୍ର ପ୍ରଧାନ,ଶେଷ ଦେବ ଭୋଇ ଙ୍କୁ ଦାଇତ୍ୱ ଦିଆଯାଇ ଥିଲା ସେହିପରି ବନାମ୍ବର ମହାପାତ୍ର ଙ୍କୁ ପଂଚାୟତ ର ଦାଇତ୍ୱ ଦିଆଯାଇ ଥିଲା । ଅନ୍ୟ ମାନଙ୍କ ମଧ୍ୟରେ ମଣି ଭୋଇ, ଦଖିଲ ମାଝୀ ଯୋଗ ଦେଇଥିଲେ । ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର ଓ ରାଜ୍ୟ ଯୁବ ସମ୍ପାଦକ ପୌଲସ୍ତ୍ୟ ସାହା ନୂଆ ସଭ୍ୟ ମାନଙ୍କୁ ଉପଢ଼ଉକନ ଓ ଟୋପି ଦେଇ ସ୍ୱାଗତ କରି ଥିଲେ ।
No Result
View All Result