ଟ୍ରକ ପଛରେ ପିଟି ହେଲା ବାଇକ୍ : ଘଟଣା ସ୍ଥଳରେ ବାଇକ୍ ଆରୋହୀ ମୃତ – କଳାହାଣ୍ଡି

ଓଡ଼ିଶା ତାଜା ନ୍ୟୁଜ୍ (୦୬ ଡିସେମ୍ବର ସୋମବାର ) କଳାହାଣ୍ଡି :- ନର୍ଲା ବ୍ଲକର ବାଲିପଡ଼ା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଭବାନୀପାଟଣା ରୁ ମ .ରାମପୁରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ବାଲିପଡ଼ା ନିକଟସ୍ଥ ଜଗନ୍ନାଥ ଔଷଧ ଦୋକାନ ପାଖରେ ଏକ ୨୦ଚକିଆ ବିଶିଷ୍ଟ ଟ୍ରକ ଗାଡି ନଂ OD15K7737ଟି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଟକି ରହିଥିବା ବେଳେ ଗତ ରାତି ପ୍ରାୟ ୯.୩୦ସମୟରେ ବାଜାଜ ପଲସର ଗାଡି ନଂ OD08C2231 ଜଣେ ଚାଲକ ଅଟକି ଥିବା ଟ୍ରକ ପଛ ପଟେ ପିଟି ହୋଇ ନିୟନ୍ତ୍ରଣ ହରାଇ ବାଇକ ଚାଳକ ରାସ୍ତା ମଝିରେ ଗାଡି ସହିତ ପଡି ରହିଥିଲେ ।

ତାଙ୍କ ମୁଣ୍ଡରୁ ରକ୍ତସ୍ରାବ ହେଉଥିଲା କୋୖଣସି ମତେ ସୂଚନା ପାଇଁ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଂଚି ଥିଲେ ମଧ୍ୟ ଦୁର୍ଘଟଣାକୁ ଅନୁଧ୍ୟାନ କରି ପୋଲିସର ବିନା ଅନୁମତିରେ ନେବା ପାଇଁ ଚାହୁଁ ନ ଥିବା ବେଳେ ଆମ୍ବୁଲାନ୍ସ ଫେରିଯାଇଥିଲା ଖବର ପାଇ କିଛି ସମୟ ପରେ ନର୍ଲା ପୋଲିସ ପହଂଚି ଦୁର୍ଘଟଣା ବ୍ୟକ୍ତିଙ୍କୁ ଡାକ୍ତର ଖାନାକୁ ସ୍ଥାନାନ୍ତରିତ କରିବାପାଇଁ ଉଦ୍ୟମ ବେଳେ କୌଣସି ମତେ ସୂଚନା ପାଇଁ ପରିବାରର ଲୋକେ ଆସିଥିଲେ

ଏହି ଦୁର୍ଘଟଣାରେ ମୃତ ବ୍ୟକ୍ତି ମ .ରାମପୁର ବ୍ଲକର ଗୌଡ଼କର୍ଲାଖୁଣ୍ଟାର ଡମ୍ବରୁ ବୋଲି ଜଣା ପଡୁଛି ମୃତ ବ୍ୟକ୍ତିକୁ ପୋଲିସ ସହାୟତରେ ପରିବାରର ଲୋକେ ଶବ ବ୍ୟବଚ୍ଛେଦ ପାଇଁ ମ.ରାମପୁରକୁ ସ୍ଥାନାନ୍ତରିତ କରିଥିଲେ । ନର୍ଲା ଆଇଆଇସି ରେଣୁକା ସୁନା ଘଟଣାଟିର ତଦନ୍ତ କରି କେସ ନଂ୨୪୮/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛନ୍ତି ।