• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରାଜ୍ୟସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ ପାଳନ : ‘ମାଟିର ଲବଣତାକୁ ପ୍ରତିରୋଧ କରି ଉର୍ବରତା ବୃଦ୍ଧି କରିବା ଅତ୍ୟନ୍ତ ଜୁରୁରୀ’ – ମନ୍ତ୍ରୀ ଡ. ଅରୁଣ କୁମାର ସାହୁ

Proprietor Abhimanyu Maharana by Proprietor Abhimanyu Maharana
December 5, 2021
in ଓଡ଼ିଶା, ମହାନଗର, ହୋମ୍
0
ରାଜ୍ୟସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ ପାଳନ : ‘ମାଟିର ଲବଣତାକୁ ପ୍ରତିରୋଧ କରି ଉର୍ବରତା ବୃଦ୍ଧି କରିବା ଅତ୍ୟନ୍ତ ଜୁରୁରୀ’ – ମନ୍ତ୍ରୀ ଡ. ଅରୁଣ କୁମାର ସାହୁ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୦୫ ଡିସେମ୍ବର ରବିବାର ) ଭୁବନେଶ୍ୱର :- ‘ବିଶ୍ୱ କୃଷି ଓ ଖାଦ୍ୟ ସଂଗଠନ’୨୦୧୪ ମସିହାଠାରୁ ଡିସେମ୍ବର ୫ ତାରିଖକୁ ବିଶ୍ୱ ମୃତ୍ତିକା ଦିବସ ଭାବରେ ପାଳନ କରିଆସୁଛି । ଆଜି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ରାଜ୍ୟସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ ସ୍ଥାନୀୟ କୃଷି ଭବନ ସମ୍ମିଳନୀ କକ୍ଷରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଆଭାସୀରେ ଯୋଗଦାନ କରି ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଥିଲେ ।

ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, ଓୟୁଏଟିର କୁଳପତି ଡ. ପବନ କୁମାର ଅଗ୍ରୱାଲ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍‌. ମୁଥୁକୁମାର, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ପଣ୍ଡା ଏବଂ ଉଦ୍ୟାନ କୃଷି ନିର୍ଦ୍ଦେଶକ ଡ. ରୋହିତ କୁମାର ଲେଙ୍କା ଯୋଗଦାନ କରି ବିଶ୍ୱ ମୃତ୍ତିକା ଦିବସର ଉପାଦେୟତା ତଥା ଚଳିତ ବର୍ଷର ବାର୍ତ୍ତା ‘ମୃତ୍ତିକା ଲବଣତାର ପ୍ରତିରୋଧ ଓ ଏହାର ଉତ୍ପାଦିକା ଶକ୍ତି ବୃଦ୍ଧ’ ଉପରେ ଆଲୋକପାତ କରିଥିଲେ ।

ଉତ୍ସବର ପ୍ରାରମ୍ଭରେ କୃଷି ନିର୍ଦ୍ଦେଶକ ଡ. ଏମ୍‌. ମୁଥୁକୁମାର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରି କୃଷି ବିଭାଗରେ ମୃତ୍ତିକା ସ୍ୱାସ୍ଥ୍ୟ ପରିଚାଳନା ଉପରେ ହେଉଥିବା କାର୍ଯ୍ୟକ୍ରମ ତଥା ମୃତ୍ତିକାକୁ ସୁସ୍ଥ ରଖିବା ପାଇଁ ରାଜ୍ୟର ବିଭିନ୍ନ ମୃତ୍ତିକା ପରୀକ୍ଷାଗାରଗୁଡ଼ିକରେ ହେଉଥିବା ମୃତ୍ତିକା ପରୀକ୍ଷା କାର୍ଡ ଚାଷୀମାନଙ୍କ ମଧ୍ୟରେ ବଣ୍ଟନ ଏବଂ ମୃତ୍ତିକା ସ୍ୱାସ୍ଥ୍ୟ ଉପଯୋଗୀ ସାର ପରିଚାଳନା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ସେ ତାଙ୍କ ଅଭିଭାଷଣରେ ରାଜ୍ୟରେ ୧୩ ଲକ୍ଷ ଚାଷୀମାନଙ୍କୁ ୩୯ ଲକ୍ଷ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଥିବାର ସୂଚନା ପ୍ରଦାନ କରିଥିଲେ ।

 

ମୁଖ୍ୟବକ୍ତା ଭାବରେ ଓୟୁଏଟିର କୁଳପତି ଡ. ଅଗ୍ରୱାଲ ମାଟିର ଲବଣତା କିପରି ହ୍ରାସ କରାଯିବ ତାହା ଉପରେ ବିଶେଷ ସନ୍ଦର୍ଭ ରଖିଥିଲେ । ସେ ତାଙ୍କ ଅଭିଭାଷଣରେ ମାଟିର ସୁସ୍ଥତା ବଜାୟ ରଖିବା ପାଇଁ ପ୍ରକୃତି ଓ ପୂର୍ବପୁରୁଷମାନେ ବିଭିନ୍ନ ପ୍ରତିଷେଧକ ବ୍ୟବସ୍ଥା ଯଥା-ଜଳପରିଚାଳନା, ଫସଲ କିସମ ପରିଚାଳନା, ମାଟିରେ ଜୈବିକ ଅଙ୍ଗାର ବୃଦ୍ଧି ପାଇଁ ଗୋବର ଖତ ଆଦି ଯୋଗାଇ ମାଟିର ସୁସ୍ଥତା ବଜାୟ ରଖୁଥିଲେ । ଏହି ପରିସରରେ ବର୍ତ୍ତମାନର ଆହ୍ୱାନ ଅନୁସାରେ ମୃତ୍ତିକା ଲବଣତାର ହ୍ରାସ ଓ ମାଟିର ଉତ୍ପାଦିକା ଶକ୍ତି ବୃଦ୍ଧି କରିବାକୁ ହେଲେ ପ୍ରଥମେ ପ୍ରତିଷେଧକ ବ୍ୟବସ୍ଥା, ମାଟିର ସ୍ୱାସ୍ଥ୍ୟ ପରିଚାଳନା ଯୋଜନା ଏବଂ ମାଟିର ସୋଧନ ଓ ପୁନରୁଦ୍ଧାର ଉପରେ ଗୁରୁତ୍ୱ ଦେଇଥିଲେ ।

ସେ କହିଥିଲେ ଯେ ମାଟି ଆମର ମେରୁଦଣ୍ଡ । ତେଣୁ ଏହାର ସୁରକ୍ଷା ପାଇଁ ବର୍ଷ ତମାମ କାର୍ଯ୍ୟକ୍ରମ ଓ ଚାଷୀମାନଙ୍କ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଦେବା ଦରକାର । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଶାସନ ସଚିବ ଶ୍ରୀ ବଶିଷ୍ଠ ତାଙ୍କ ଅଭିଭାଷଣରେ ମାଟିର ସୁସ୍ଥତା ବଜାୟ ରଖିବା ପାଇଁ ଜନସଚେତନତା କାର୍ଯ୍ୟକ୍ରମ ଓ ବିଭାଗର ସମସ୍ତ ଉତ୍ପାଦନଭିତ୍ତିକ ଯୋଜନାରେ ମାଟି ସ୍ୱାସ୍ଥ୍ୟ ପରିଚାଳନା ଓ ବିଭିନ୍ନ ରୁଗ୍‌ଣ ମାଟିର ସୋଧନ ଏବଂ ଏହାର ଉତ୍ପାଦିକା ଶକ୍ତି ବୃଦ୍ଧି ବିଷୟରେ କାର୍ଯ୍ୟକ୍ରମ ରଖିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ ।

ତିନିଗୋଟି ନିର୍ଦ୍ଦେଶାଳୟର ମିଳିତ ପ୍ରୟାସରେ ଏହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ପ୍ରଦାନ କରିଥିଲେ ଏବଂ ଚାଷୀମାନଙ୍କୁ ସନ୍ତୁଳିତ ସମନ୍ୱିତ ସାର ପରିଚାଳନା ଉପରେ ତାଲିମ ପ୍ରଦାନ ଉପରେ ଗୁରୁତ୍ୱ ଦେଇଥିଲେ । ଏହା ପରେ ଅତିଥିମାନଙ୍କ ଦ୍ୱାରା ମୃତ୍ତିକା ରସାୟନ ବିଭାଗ, ଓୟୁଏଟିର ଅବସରପ୍ରାପ୍ତ ପ୍ରଫେସର ଡ. ସୁବୋଧ କୁମାର ସାହୁଙ୍କ ଲିଖିତ ପୁସ୍ତକ ‘ମୃତ୍ତିକା ‘ ଉନ୍ମୋଚନ କରାଯାଇଥିଲା । ଏହି ଉତ୍ସବରେ ଭାଗନେଇ ଡ. ସାହୁ ପୁସ୍ତକ ବିଷୟରେ ସମ୍ୟକ ଆଲୋଚନା କରିଥିଲେ ।

ମନ୍ତ୍ରୀ ଡ. ସାହୁ ନୟାଗଡ଼ରୁ ଆଭାସୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ତାଙ୍କ ବକ୍ତବ୍ୟରେ ମାଟିକୁ  ମା’ସହିତ ତୁଳନା କରିଥିଲେ ।ମୁଠାଏ ମାଟି ସୃଷ୍ଟି ହେବା ପାଇଁ ୧୦ ସହସ୍ର ବର୍ଷ ଲାଗିଥାଏ । କିନ୍ତୁ ଆଜି ସେହି ମାଟି ମା’ ଅଯନି ଓ ଅବହେଳା ପାଇଁ ଅସୁସ୍ଥ ଓ ରୋଗଗ୍ରସ୍ତ । ସେ ତାଙ୍କ ଅଭିଭାଷଣରେ ମାଟିର ଲବଣତାକୁ ପ୍ରତିରୋଧ କରି ମାଟିର ଉର୍ବରତା ବୃଦ୍ଧି କରିବା ଉପରେ ଏକ ଉଦାହରଣ ଦେଇ କହିଥିଲେ ଯେ ବାଲେଶ୍ୱର ଓ ଭଦ୍ରକରେ ଗତବର୍ଷ  ୟାସବାତ୍ୟା ଯୋଗୁଁ ପ୍ରାୟ ୪ ହଜାର ହେକଫର ଜମିରେ ଲୁଣା ମାଡ଼ି ଯାଇଥିଲା ।

ସେ ଅଞ୍ଚଳ ପରିଦର୍ଶନ କରି ସେ ଚାଷୀଭାଇମାନଙ୍କ ବିଭିନ୍ନ ଲୁଣି ସହନଶକ୍ତି ଥିବା କିସମ ଧାନ କରିବା ପାଇଁ ପ୍ରବର୍ତ୍ତାଇଥିଲେ ଏବଂ ଜୁଆରଜନିତ କ୍ଷତି ପାଇଁ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ହେନ୍ତାଳ ବଣ ଓ ଜଙ୍ଗଲ ସୃଷ୍ଟି କରିବା ପାଇଁ ଉପଦେଶ ଦେଇଥିଲେ । ଏଥିପାଇଁ କୃଷି ବିଭାଗ, ଜଙ୍ଗଲ ବିଭାଗ ଓ ମୃତ୍ତିକା ସଂରକ୍ଷଣ ବିଭାଗ ମିଳିତ ଭାବେ କାର୍ଯ୍ୟକରି ଜଙ୍ଗଲ ବୃଦ୍ଧି ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟର ପ୍ରାୟ ୭ଟି ଜିଲ୍ଲାରେ ୨.୫ ଲକ୍ଷ ହେକଫର ଲବଣାକ୍ତ ସମୁଦ୍ରକୂଳିଆ ଅଞ୍ଚଳ ରହିଛି । ଏହି ଅଞ୍ଚଳରେ କୃଷିର ଉନ୍ନତି ପାଇଁ ଗବେଷଣା ନିତାନ୍ତ ଦରକାର ।

ଏଥିପାଇଁ ସେ ଓୟୁଏଟିର କୁଳପତିଙ୍କୁ ପ୍ରଚେଷ୍ଟା କରିବା ପାଇଁ ଅନୁରୋଧ କରିଥିଲେ । ସେ ତାଙ୍କ ଅଭିଭାଷଣରେ ଓୟୁଏଟି, ସୋଆ କୃଷି ବିଶ୍ୱବିଦ୍ୟାଳୟ, ସେଞ୍ଚୁରିଆନ୍‌ କୃଷି ବିଶ୍ୱବିଦ୍ୟାଳୟ, ଶ୍ରୀ ଶ୍ରୀ କୃଷି ବିଶ୍ୱବିଦ୍ୟାଳୟ ଆଦି ସମସ୍ତଙ୍କୁ ଏକତି୍ରତ କରି ମାଟି ସୁସ୍ଥତା ବିଷୟରେ ଏକ ସମ୍ମିଳନୀ କରିବା ପାଇଁ ଅନୁରୋଧ କରିଥିଲେ । ଚାଷୀମାନଙ୍କ ନିମନ୍ତେ ମୃତ୍ତିକା ସୁସ୍ଥତା ବିଷୟରେ ଜନସଚେତନତା କାର୍ଯ୍ୟକ୍ରମ କରିବା ଉପରେ ମନ୍ତ୍ରୀ ଡ. ସାହୁ ଗୁରୁତ୍ୱାରୋପ କରିଥିଲେ । ଶେଷରେ ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶକ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ ।

ପରେ ରାଜ୍ୟସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ ଅବସରରେ ଏକ ବୈଷୟିକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ କୃଷି ବିଶ୍ୱବିଦ୍ୟାଳୟର ଡିନ୍‌ ଡ. କୁମ୍ଭକର୍ଣ୍ଣ ରାଉତ ସଭାପତିତ୍ୱ କରିଥିଲେ । ଏହି ଆଲୋଚନାଚକ୍ରରେ ଭାଗନେଇ ମୃତ୍ତିକା ରସାୟନ ବିଭାଗର ପ୍ରଫେସର ଡ. ଆର୍‌.କେ. ନାୟକ ଲବଣାକ୍ତ ମାଟିର ସୁରକ୍ଷା ଓ ତା’ର ନିରାକରଣ ବିଷୟରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପାରାଦ୍ୱୀପ ଫସ୍‌ଫେଟ୍‌ ଲିଃ.ର ଶ୍ରୀ ବିଶ୍ୱଜିତ ନନ୍ଦ ଏବଂ ମୃତ୍ତିକା ସଂରକ୍ଷଣ ବିଭାଗର ନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ପଣ୍ଡା ମୃତ୍ତିକା ସ୍ୱାସ୍ଥ୍ୟ ପରିଚାଳନା ଏବଂ ରୁଗ୍‌ଣ ମାଟିର ପୁନରୁଦ୍ଧାର ଓ ନିରାକରଣ ବିଷୟରେ ଆଲୋକପାତ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ୱାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ୱାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026
ବ୍ରହ୍ମାକୁମାରୀ ସେବାକେନ୍ଦ୍ରରେ ବିଶ୍ଵ ଯୋଗ ଦିବସ ପାଳିତ

ବ୍ରହ୍ମାକୁମାରୀ ସେବାକେନ୍ଦ୍ରରେ ବିଶ୍ଵ ଯୋଗ ଦିବସ ପାଳିତ

June 21, 2026
ଟିପିଏସ୍ଓଡିଏଲ୍ ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ

ଟିପିଏସ୍ଓଡିଏଲ୍ ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ

June 21, 2026
ସୃଷ୍ଟି ଏକାଡେମୀରେ ଚତୁର୍ଥ ଆନ୍ତର୍ଜାତୀୟ ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ

ସୃଷ୍ଟି ଏକାଡେମୀରେ ଚତୁର୍ଥ ଆନ୍ତର୍ଜାତୀୟ ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ

June 21, 2026

Recent News

ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ୱାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ୱାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026
ବ୍ରହ୍ମାକୁମାରୀ ସେବାକେନ୍ଦ୍ରରେ ବିଶ୍ଵ ଯୋଗ ଦିବସ ପାଳିତ

ବ୍ରହ୍ମାକୁମାରୀ ସେବାକେନ୍ଦ୍ରରେ ବିଶ୍ଵ ଯୋଗ ଦିବସ ପାଳିତ

June 21, 2026
ଟିପିଏସ୍ଓଡିଏଲ୍ ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ

ଟିପିଏସ୍ଓଡିଏଲ୍ ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ

June 21, 2026
ସୃଷ୍ଟି ଏକାଡେମୀରେ ଚତୁର୍ଥ ଆନ୍ତର୍ଜାତୀୟ ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ

ସୃଷ୍ଟି ଏକାଡେମୀରେ ଚତୁର୍ଥ ଆନ୍ତର୍ଜାତୀୟ ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ

June 21, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ୱାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ୱାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026
ବ୍ରହ୍ମାକୁମାରୀ ସେବାକେନ୍ଦ୍ରରେ ବିଶ୍ଵ ଯୋଗ ଦିବସ ପାଳିତ

ବ୍ରହ୍ମାକୁମାରୀ ସେବାକେନ୍ଦ୍ରରେ ବିଶ୍ଵ ଯୋଗ ଦିବସ ପାଳିତ

June 21, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version