• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପ୍ରତି ବ୍ଲକ୍‌ରେ ସ୍ଥାପନ ହେବ ଛତୁଆ ପ୍ରସ୍ତୁତ ୟୁନିଟ୍‌ : ମହିଳା ଏସ୍‌ଏଚ୍‌ଜିମାନଙ୍କୁ ଉଦ୍ୟୋଗିତା ନିମନ୍ତେ ପ୍ରୋତ୍ସାହନ

Proprietor Abhimanyu Maharana by Proprietor Abhimanyu Maharana
December 5, 2021
in ଓଡ଼ିଶା, ମହାନଗର, ହୋମ୍
0
ପ୍ରତି ବ୍ଲକ୍‌ରେ ସ୍ଥାପନ ହେବ ଛତୁଆ ପ୍ରସ୍ତୁତ ୟୁନିଟ୍‌ : ମହିଳା ଏସ୍‌ଏଚ୍‌ଜିମାନଙ୍କୁ ଉଦ୍ୟୋଗିତା ନିମନ୍ତେ ପ୍ରୋତ୍ସାହନ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୦୪ ଡିସେମ୍ବର ଶନିବାର) ଭୁବନେଶ୍ୱର :- ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସ୍ୱୟଂ ସହାୟିକା ଗୋଷ୍ଠୀଗୁଡ଼ିକ ଜରିଆରେ ମହିଳାମାନଙ୍କୁ ଉଦ୍ୟୋଗ ପ୍ରତି ପ୍ରୋତ୍ସାହିତ କରିବା ଏବଂ ଗୁଣାତ୍ମକ ଛତୁଆ ପ୍ରସ୍ତୁତ କରିବା ପାଇଁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ରାଜ୍ୟର ୩୧୪ଟି ବ୍ଲକ୍‌ରେ ଛତୁଆ ପ୍ରସ୍ତୁତ ୟୁନିଟ୍‌ ସ୍ଥାପନ ପାଇଁ ପଦକ୍ଷେପ ଗ୍ରହଣ କରିଛି । ଏହି ଛତୁଆ ପ୍ରସ୍ତୁତି କେନ୍ଦ୍ରଗୁଡ଼ିକ ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ପ୍ରତି ବ୍ଲକ୍‌ରେ କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡ଼ିଛି । ଏ ସଂକ୍ରାନ୍ତରେ ସମସ୍ତ ଜିଲ୍ଲାପାଳଙ୍କୁ ଜଣାଇ ଦିଆଯାଇଛି । ଏକ ଦୀର୍ଘମିଆଦୀ ଯୋଜନା ଭାବେ ଏହାକୁ ଗ୍ରହଣ କରି ସ୍ୱୟଂ ସହାୟିକା ଗୋଷ୍ଠୀଗୁଡ଼ିକୁ ଆର୍ଥିକ ଭାବେ ସୁଦୃଢ଼ କରିବା ଲକ୍ଷ୍ୟ ରଖାଯାଇଛି ।

ଏଥି ପାଇଁ ପର୍ଯ୍ୟାୟ କ୍ରମେ ବ୍ୟାଙ୍କର୍ସ, ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକମାନଙ୍କ ସହ ବୈଠକ କରାଯାଇ ଯୋଜନାର ଚୂଡ଼ାନ୍ତ ରୂପ ଦିଆଯାଇଛି । ବିଭାଗ ଏହି କାର୍ଯ୍ୟକ୍ରମ ସକାଶେ ମିଶନ ଶକ୍ତି ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ସହ ଅନୁବନ୍ଧିତ ହୋଇଛି । ପ୍ରତ୍ୟେକ କେନ୍ଦ୍ରରେ ପ୍ରସ୍ତୁତ ଛତୁଆର ମାନ ନିର୍ଦ୍ଧାରଣ ସକାଶେ ଅତ୍ୟାଧୁନିକ ମାନ ପରୀକ୍ଷଣ କେନ୍ଦ୍ର ଏବଂ ଉତ୍ତମ ପ୍ୟାକେଜିଂ ବ୍ୟବସ୍ଥା କରାଯାଇଛି । ଏହି ପଦକ୍ଷେପ ଫଳରେ ବିଭିନ୍ନ ବ୍ଲକ୍‌ରେ ପ୍ରସ୍ତୁତ ହେଉଥିବା ଛତୁଆର ମାନ ସର୍ବତ୍ର ସମାନ ରହିବ ବୋଲି କୁହାଯାଇଛି । ଇତି ମଧ୍ୟରେ ଏମ୍‌ଏସ୍‌ଏମ୍‌ଇ ବିଭାଗ ତରଫରୁ ପ୍ରତ୍ୟେକ ବ୍ଲକ୍‌ରେ ଛତୁଆ ପ୍ରସ୍ତୁତ କରୁଥିବା ଏସ୍‌ଏଚ୍‌ଜିଙ୍କର ତାଲିକା ଜିଲ୍ଲାପାଳମାନଙ୍କୁ ପ୍ରେରଣ କରାଯାଇଛି ।

ପ୍ରତି ଛତୁଆ ପୁସ୍ତୁତି ୟୁନିଟ୍‌କୁ ୧୮ରୁ ୨୦ ଲକ୍ଷ ଟଙ୍କା ଆର୍ଥିକ ଋଣ ବ୍ୟାଙ୍କମାନଙ୍କ ଜରିଆରେ ପ୍ରଦାନ କରାଯିବାର ପ୍ରାବଧାନ ରଖାଯାଇଛି । ଏଥିରେ ୩୫ ଶତକଡ଼ା ଋଣ ସବ୍‌ସିଡି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ଏହି କାର୍ଯ୍ୟକ୍ରମ ମହିଳା ଏସ୍‌ଏଚ୍‌ଜିଗୁଡ଼ିକୁ ସୁସଂଗଠିତ କରିବା ସହିତ ରାଜ୍ୟରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିପାରିବ ବୋଲି ଆଶା କରାଯାଉଛି ବୋଲି ଏମ୍‌ଏସ୍‌ଏମ୍‌ଇ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ କହିଛନ୍ତି । ଏହି କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ସୂକ୍ଷ୍ମ ଖାଦ୍ୟ ଉଦ୍ୟୋଗ ଉନ୍ନୟନ ଯୋଜନା (ପିଏମ୍‌ଏଫ୍‌ଏମ୍‌ଇ) ଅଧୀନରେ ସଂଚାଳନ କରାଯିବ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ଏକାମ୍ରରେ ‘ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ’ ଅଭିଯାନ : ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ

November 9, 2026
Thrill in Pune! A speeding HP tanker broke through a protective wall and entered a bungalow; a tree fell, the driver was injured

ପଞ୍ଚାୟତରେ ରିଲିଫ ତାତି : ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ ପରେ ଚାଉଳ ଓ ଟଙ୍କା ବଣ୍ଟନ ଆରମ୍ଭ

ପୁରୀ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚରେ ଆସନ୍ତାକାଲିଠାରୁ ୫୯ତମ କୁମାର ଉତ୍ସବ : ଶ୍ରୀକ୍ଷେତ୍ର କୁମାର ଭଵେଶ ରୋଶନ ସ୍ବାଇଁ ଶ୍ରୀକ୍ଷେତ୍ର କୁମାରୀ ଶ୍ଵେତପଦ୍ମା ଦାଶ

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଏକାମ୍ରରେ ‘ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ’ ଅଭିଯାନ : ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ

ଏକାମ୍ରରେ ‘ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ’ ଅଭିଯାନ : ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ

November 9, 2026
Thrill in Pune! A speeding HP tanker broke through a protective wall and entered a bungalow; a tree fell, the driver was injured

Thrill in Pune! A speeding HP tanker broke through a protective wall and entered a bungalow; a tree fell, the driver was injured

November 9, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version