
ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ବନ୍ୟା ବିପନ୍ନଙ୍କ ଲାଗି ରାଜ୍ୟ ସରକାର ପରିବାର ପିଛା ୫୦ କିଲୋ ଚାଉଳ ଏବଂ ୨୫୦୦ ଟଙ୍କା ରିଲିଫ ସହାୟତା ଘୋଷଣା କରିଛନ୍ତି। ଗଞ୍ଜାମ ଜିଲ୍ଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହିଞ୍ଜିଳିକାଟୁ ବ୍ଲକର ବନ୍ୟା ପ୍ରଭାବିତ ଗ୍ରାମରେ ଆଗୁଆ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ହିଞ୍ଜିଳିକାଟୁ ବ୍ଳକ ବୁରୁପଡ଼ା ପଞ୍ଚାୟତର ନୂଆଁ ବୁରୁପଡ଼ା ଗ୍ରାମରେ ଚାଉଳ ଏବଂ ଟଙ୍କା ବଣ୍ଟନ କାର୍ଯ୍ୟକ୍ରମ ଶେଷ ହୋଇଛି। କିନ୍ତୁ ବୁରୁପଡ଼ା ଗ୍ରାମରେ ଚାଉଳ ଏବଂ ଟଙ୍କା ବଣ୍ଟନକୁ କେନ୍ଦ୍ର କରି ସୋମବାର ଗ୍ରାମବାସୀ ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଯୋଗାଣ ସହାୟକଙ୍କ ମନମାନୀ ଯୋଗୁଁ ଅସନ୍ତୁଷ୍ଟ ଗ୍ରାମବାସୀ ନିଆଁ ଜାଳି ଶେରଗଡ – ହିଞ୍ଜିଳିକାଟୁ ମୁଖ୍ୟକୁ ଅବରୋଧ କରି ପ୍ରବଳ ହୋ ହାଲ୍ଲା କରି ପ୍ରତିବାଦ କରିଥିଲେ। ରାଜ ରାସ୍ତାରେ ବସି ରିଲିଫ ବଣ୍ଟନରେ ପାତର ଅନ୍ତର ନୀତି ଓ ସରକାରଙ୍କ ଘୋଷଣା ଅନୁଯାୟୀ ରିଲିଫ ବଣ୍ଟନ କରିବା ପାଇଁ ଅଡ଼ି ବସିଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ ଉତ୍ତ୍ୟକ୍ତ ଲୋକେ ପଞ୍ଚାୟତ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରୋଶରୁ ବର୍ତ୍ତିବା ପାଇଁ ପଞ୍ଚାୟତ ନିର୍ବାହୀ ଅଧିକାରୀ କାର୍ଯ୍ୟାଳୟ କୋଠରୀରେ ରହିବାକୁ ବାଧ୍ୟ ହୋଇଥିଲେ। ଖବର ପାଇ ହିଞ୍ଜିଳି ଓ ଶେରଗଡ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ପରେ ତହସିଲଦାର, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ,















