No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୩ ଡିସେମ୍ବର ଶୁକ୍ରବାର ) ରାୟଗଡ଼ :- ସମ୍ବବ୍ୟ ବାତ୍ୟା ଜବ୍ୟାଦ କୁ ମୁକାବିଲା କରିବା ପାଇଁ ରାୟଗଡ ବ୍ଲକ ରେ ସମସ୍ତ ପ୍ରସ୍ତୁତି ହୋଇଥିବା ପ୍ରକାଶ କରିଛନ୍ତି ରାୟଗଡା ବିଡ଼ିଓ ରାଜା ଇଂଜିତ ପ୍ରତାପ ବଳ.ସାମ୍ଭାବ୍ୟ ବାତ୍ୟାରେ ଗଜପତି ଜିଲ୍ଲା କୁ ରେଡ ଜୋନ ଘୋଷଣା କୁ ନେଇ ବ୍ଲକର ସମସ୍ତ ପଂଚାୟତ ଓ ସମ୍ବେଦନଶିଳ ଅଂଚଳ ଗୁଡ଼ିକରେ ଡାକବାଜି ଯନ୍ତ୍ରରେ ଲୋକଙ୍କୁ ସୂଚନା ଦିଆଯାଇଛି. ବର୍ତମାନ ଧାନ ଅମଳର ସିଜନ ଥିବା ଯୋଗୁଁ ଖଳାରେ ଥିବା ଧାନ କୁ ଘରକୁ ଆଣିବାକୁ ଅବା ଖଳାରେ ଥିବା ଧାନ କୁ ଘୋଡାଇ ରଖିବାକୁ ଚାଷୀଙ୍କୁ ସୂଚନା ଦିଆଯାଇଛି. ବିଲରେ ପାଚି ଯାଇ ଥିବା ଧାନକୁ ଚଞ୍ଚଳ କାଟି ଘରକୁ ଆଣିବାକୁ କୁହାଯାଇଛି.
3ଟି ଓଡ୍ରାଫ ଟିମ ରାୟଗଡ ବ୍ଲକ କୁ ଆସିଥିବାବେଳ ସେଥିରୁ ଗୋଟିଏ ଟିମ କୁ ଗଙ୍ଗାବାଡ଼ ପଚାୟତ.ଗୋଟିଏ ଟିମକୁ କଇଁପୁର, ଆଉ ଗୋଟିଏ ଟିମ ଓ ଗୋଟିଏ ଅଗ୍ନିଶମ ବିଭାଗ ଟିମ କୁ ରାୟଗଡ ବ୍ଲକଠାରେ ମୁତୟନ କରାଯାଇଛି.ଏହାସହ ବ୍ଲକର ସମସ୍ତ ପଂଚାୟତ ନିର୍ବାହୀ ଅଧିକାରୀ ଓ ନୋଡାଲ ଅଫିସର ମାନଙ୍କୁ ନିଜ ନିଜ ପଂଚାୟତ ରେ ରହି ସେଠାକାର ସ୍ଥିତି ଉପରେ ନଜର ରଖି ପ୍ରଶାସନ କୁ ସହାୟତା କରିବାକୁ ନିର୍ଦେଶ ଦିଆଯାଇଥିବା ବେଳେ ଆବଶ୍ୟକ ପଡିଲେ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳି କିମ୍ବା ସ୍କୁଲ ଘର ଓ ଅଙ୍ଗନବାଡି କେନ୍ଦ୍ର କୁ ଆଣି ଲୋକଙ୍କୁ ରଖିବାକୁ ନିର୍ଦେଶ ଦିଆଯାଇଛି ସଂଜୀବ କୁମାର ପାଣି ରାୟଗଡ଼ ଗଜପତି

No Result
View All Result