No Result
View All Result

କଣ୍ଟାବାଞ୍ଜି (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ଅସତ୍ୟ ଉପରେ ସତ୍ୟର ବିଜୟ ଏବଂ ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ ବିଜୟାଦଶମୀ ପର୍ବ କଣ୍ଟାବାଞ୍ଜି ରୋଡ୍ ନମ୍ବର-୨ରେ ଉତ୍ସାହ ଓ ଉଲ୍ଲାସର ସହ ପାଳିତ ହୋଇଛି । ଏହି ଅବସରରେ ରୋଡ୍ ନମ୍ବର-୨ର ସମସ୍ତ ପରିବାର ଏକାଠି ହୋଇ ସାମୂହିକ ରାବଣ ଦହନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏନ୍ଏସି ଅଧ୍ୟକ୍ଷ ବରୀୟମ ସିଂ ସାଲୁଜା ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାବଣ ଦହନ କରିଥିଲେ । ଏହା ସହିତ ଉପସ୍ଥିତ ସମସ୍ତ ସଦସ୍ୟଙ୍କ ପାଇଁ ଜଳଖିଆର ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।
ଏହି ଆୟୋଜନକୁ ସଫଳ କରିବାରେ ଆନନ୍ଦ ତାଉ, ହେମରାଜ ଜୈନ, ବିକ୍କି କେକେ, ସୌରଭ ମୁନା, ରାହୁଲ ମାଙ୍ଗେମୋହନ, ସୁମିତ ଜିନ୍ଦଲ, ଦୀପିକା ରାହୁଲ ଅଗ୍ରୱାଲ, ନେହା ହେମରାଜ ଜୈନ, ସୋନିଆ ଆନନ୍ଦ ଅଗ୍ରୱାଲ ଖୁସି ଅଗ୍ରୱାଲଙ୍କ ସମେତ ସମସ୍ତ ପରିବାର ଏବଂ ରାବଣ ତିଆରି ବବଲୁ ପେଣ୍ଟର ସହଯୋଗ କରିଥିଲେ । ରୋଡ୍ ନମ୍ବର-୨ର ସମସ୍ତ ପରିବାରଙ୍କ ଏହି ସାମୂହିକ ପ୍ରୟାସ କେବଳ ବିଜୟାଦଶମୀର ଆନନ୍ଦକୁ ଦ୍ୱିଗୁଣିତ କରିନଥିଲା, ବରଂ ଏକତା, ଭାଇଚାରା ଓ ପାରସ୍ପରିକ ସଦ୍ଭାବନାର ଏକ ସୁନ୍ଦର ବାର୍ତ୍ତା ମଧ୍ୟ ଦେଇଥିଲା ।


No Result
View All Result