No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୩ ଡିସେମ୍ବର ଶୁକ୍ରବାର ) ବରଗଡ଼ :- ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦ୍ଵାରା ପ୍ରକାଶିତ ଵିଏ ସ୍ନାତକ ଶିକ୍ଷା ସମ୍ମାନ ପରୀକ୍ଷାରେ ପ୍ରଥମ ସେମିଷ୍ଟାରରେ ଇମ୍ପେରିଆଲ କଲେଜର ତିନି ଜଣ ଛାତ୍ରଛାତ୍ରୀ ଶ୍ରେଷ୍ଠ ୧୦ଜଣରେ ସ୍ଥାନ ପାଇଛନ୍ତି । ପ୍ରଥମ ସ୍ଥାନରେ ମାନସ୍ୱନି ମିଶ୍ର ୧୦.୦୦ ଏସଜିପିଏ ,ଅଷ୍ଟମ ସ୍ଥାନରେ ଦିପ୍ତିରେଖା ସାହୁ ୯.୨୭ ଏସଜିପିଏ ଏବଂ ନୈନା ପ୍ରଧାନ ୯.୧୮ ଏସଜିପିଏ ସହ ନବମ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।
ସେହିପରି ବିଏ ସ୍ନାତକ ରାଜନୀତି ବିଜ୍ଞାନ ସମ୍ମାନ ପ୍ରଥମ ସେମିଷ୍ଟାର ପରୀକ୍ଷାରେ ମଧ୍ୟ ତିନି ଜଣ ଛାତ୍ରଛାତ୍ରୀ ସ୍ଥାନ ପାଇଛନ୍ତି । ଷଷ୍ଠ ସ୍ଥାନରେ ଟିଟୁ କୁମାର ମୁନା ୯.୪୫ ଏସଜିପିଏ , ଅଷ୍ଟମ ସ୍ଥାନରେ ପୂଜାରାଣୀ ମଲ୍ଲିକ ୯.୨୭ ଏସଜିପିଏ ଏବଂ ଦେବାଶିଷ ଭୋଇ ୯.୧୮ ଏସଜିପିଏ ସହ ନବମ ସ୍ଥାନରେ ରହିଛନ୍ତି। ଏହି ସଫଳତା ପାଇଁ କଲେଜର ନିର୍ଦ୍ଦେଶକ ଦୀପକ ଗୋୟଲ୍ ଏବଂ କଲେଜର ଅଧ୍ୟାପକ ଓ ଅଧ୍ୟାପିକାମାନେ ଅଭିନନ୍ଦନ ଜଣାଇଛନ୍ତି ।

No Result
View All Result