No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୨ ଡିସେମ୍ବର ଗୁରୁବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହା ବିଦ୍ୟାଳୟ ତରଫରୁ ଏଡ଼ସ ସଚେତନତା ସଭାର ଆୟୋଜନ କରାଯାଇ ଥିଲା।ଏଥିରେ ମହା ବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ରୀନା ରାଣୀ ସାହୁ ଅଧ୍ୟକ୍ଷତା କରିବା ସହ ଛାତ୍ରୀମାନଙ୍କୁ ଏଡ଼ସ ଏକ ସାମାଜିକ ବ୍ୟାଧି।
ରୋଗୀକୁ ନୁହେଁ ରୋଗକୁ ଘୃଣା କର। ସଚେତନତା ହିଁ ଏହାର ଅମୋଘ ଅସ୍ତ୍ର ଓ ଏହି ସଂକ୍ରମଣକୁ କିପରି ରୋକାଯାଇ ପାରିବ ସେ ଉପରେ ନିଜ ବକ୍ତବ୍ୟ ରଖିଥଲେସେହିପରି ଆୟୋଜିକା ଏନଏସଏସ ଅଧିକାରୀ ଡକ୍ଟର ଭାରତୀ ପାଣିଗ୍ରାହୀ ଛାତ୍ରୀ ମାନଙ୍କୁ ଏଡ଼ସ ରୋଗୀର ଲକ୍ଷଣ ସହ ଏହାର ଭୟାଭୟତା ଓ ସଚେତନତା ଦ୍ବାରା ଏହା ସମ୍ଭବ ବୋଲି କହିଥିଲେ।ଶେଷରେ ଯୁବ ରେଡ଼କ୍ରସ ଅଧିକାରୀ ସୁଶ୍ରୀ ମଧୁ ସ୍ମିତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିବାବେଳେ ଏହି କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପିକା ଓ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

No Result
View All Result